ନୂଆଦିଲ୍ଲୀ: ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ସିଇଓ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ଏହି ସ୍ଥାନ ଲାଗି ଯୋଗ୍ୟ ପ୍ରାର୍ଥୀ ମିଳିଲେ ସେ ପଦରୁ ହଟିଯିବେ ବୋଲି ଜଣାଇଛନ୍ତି। କିଛି ଦିନ ପୂର୍ବେ ଟ୍ବିଟରରେ ଏକ ଜନମତ କରି ସେ ଫସିଯାଇଥିଲେ।
ମୁଁ ଟ୍ବିଟରର ସିଇଓ ଭାବେ ଇସ୍ତଫା ଦେବା ଉଚିତ କି ବୋଲି ପ୍ରଶ୍ନ କରି ତାହାର ଉପରେ ଲୋକଙ୍କ ଉତ୍ତର ଲୋଡ଼ିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ୫୭.୫ ପ୍ରତିଶତ ଅଂଶଗ୍ରହଣକାରୀ ତାଙ୍କୁ ତୁରନ୍ତ ସିଇଓ ପଦରୁ ହଟିଯିବାକୁ କହିଥିଲେ। ଏହି ଜନମତର ଫଳାଫଳ ଯାହା ରହିବ ତାହାକୁ ମୁଁ ସମ୍ମାନ ଜଣାଇବି ବୋଲି ମସ୍କ ପ୍ରତିଶ୍ରୁତି ଦେଇଥିଲେ।