ନୂଆଦିଲ୍ଲୀ: ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ କେଜ୍ ଫାଇଟ୍‌ ଇଟାଲିରେ ହେବ। ଏନେଇ ମସ୍କ ‘ଏକ୍ସ’ (ଟ୍ବିଟର)ରେ ସୂଚନା ଦେଇଛନ୍ତି। ଲଢ଼େଇ ପାଇଁ ଏକ ଉପଯୁକ୍ତ ସ୍ଥାନ ଚୟନ କରିବାକୁ ସେ ଇଟାଲିର ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମସ୍କ ଓ ଜୁକରବର୍ଗଙ୍କ ଫାଉଣ୍ଡେସନ ପକ୍ଷରୁ ଲଢ଼େଇର ପରିଚାଳନା କରାଯିବ। ଏକ୍ସ ଓ ମେଟାର ପ୍ଲାଟଫର୍ମରେ ତାହାର ଲାଇଭ୍‌ ଷ୍ଟ୍ରିମିଂ ହେବ। ପ୍ରାଚୀନ ରୋମ୍ ପରିବେଶରେ ଲଢ଼େଇ ହେବ ଓ ସବୁ କିଛି କ୍ୟାମେରା ଫ୍ରେମ୍‌ରେ କଏଦ ହେବ ବୋଲି ସେ କହିଛନ୍ତି। ଲଢ଼େଇରୁ ଯେଉଁ ଆୟ ‌ହେବା ତାହା ବୟସ୍କ ଲୋକଙ୍କ କଲ୍ୟାଣ ପାଇଁ ଦାନ କରାଯିବ।

Advertisment

ଟ୍ବିଟରର ବିକଳ୍ପ ଭାବେ ଜୁକରବର୍ଗଙ୍କ ସଂସ୍ଥା ଇନଷ୍ଟାଗ୍ରାମ୍ ପକ୍ଷରୁ ଥ୍ରେଡ୍‌ସ ଆପ୍‌ ଘୋଷଣା ହେବା ପରଠାରୁ ଏହି ଲଢ଼େଇକୁ ନେଇ ଚର୍ଚ୍ଚା ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଏକ ବ୍ୟଙ୍ଗ ବିଚାର କରାଯାଉଥିଲା। ମାତ୍ର ଉଭୟ ମସ୍କ ଓ ଜୁକରବର୍ଗ ନିୟମିତ ବ୍ୟବଧାନରେ ଲଢ଼େଇ ପାଇଁ ପ୍ରସ୍ତୁତି ସୂଚନା ଦେଇ ଲୋକଙ୍କ ଉତ୍ସାହକୁ ବଜାୟ ରଖିଛନ୍ତି।