ନୂଆଦିଲ୍ଲୀ: ପ୍ରାୟ ବର୍ଷକ ପୂର୍ବେ ଏଲନ ମସ୍କ ଟ୍ବିଟରକୁ କିଣିଥିଲେ। ୪୪୦୦ କୋଟି ଡଲାର ଦେଇ ସେ ଏହି କମ୍ପାନି ଅଧିଗ୍ରହଣ କରିଥିଲେ। ଏହାକୁ କିଣିବା ପରେ ସେ କମ୍ପାନିରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଏପରିକି କମ୍ପାନିର ନାଁ ବଦଳାଇ ଦେଇ ଏକ୍ସ ରଖିଛନ୍ତି। ଏକ୍ସର ମୂଲ୍ୟ ଏବେ ୧୯୦୦ କୋଟି ଡଲାରକୁ ହ୍ରାସ ପାଇଛି। ଅର୍ଥାତ୍ ବର୍ଷକ ମଧ୍ୟରେ ଟ୍ବିଟରର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଛି। କର୍ମଚାରୀଙ୍କୁ କମ୍ପାନି ପ୍ରଦାନ କରିଥିବା ରେଷ୍ଟ୍ରିକ୍ଟେଡ ଷ୍ଟକ୍ ୟୁନିଟ୍ ଆଧାରରେ ଏହି ମୂଲ୍ୟ ଆକଳନ କରାଯାଇଛି। ମସ୍କ କମ୍ପାନିରେ ଏକାଧିକ ପରିବର୍ତ୍ତନ କରିବା ଯୋଗୁଁ ବିଜ୍ଞାପନଦାତା ମଧ୍ୟ ଏଥିରୁ ମୁହଁ ଫେରାଇଛନ୍ତି। ଫଳରେ କମ୍ପାନିର ବିଜ୍ଞାପନ ରାଜସ୍ବ ବହୁମାତ୍ରାରେ କମିଯାଇଛି। ବିଜ୍ଞାପନ ବଦଳରେ ମସ୍କ ଏକ୍ସର ରାଜସ୍ବ, ଗ୍ରାହକଙ୍କ ଠାରୁ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ସେଥିରେ ସେ ସେତେଟା ସଫଳ ହୋଇନାହାନ୍ତି। କମ୍ପାନିର ମାସିକ ପ୍ରିମିୟମ ସେବା ପାଇଁ ୧ ପ୍ରତିଶତରୁ କମ୍ ଗ୍ରାହକ ରାଜି ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp