ଏସ୍‌ବିଆଇର ଏହି ମେସେଜକୁ ଅଣଦେଖା କରନ୍ତୁ ନାହିଁ, ନହେଲେ ହୋଇପାରେ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାର ବ୍ୟାଙ୍କ ବାରମ୍ବାର ନିଜର ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଓ ଇମେଲ ପଠାଉଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ନିର୍ଦ୍ଧଷ୍ଟ ସମୟସୀମା ଭିତରେ ଏହି ଏସ୍‌ଏମ୍‌ଏସ୍‌ ଜରିଆରେ ଅନୁରୂପ ଆକାଉଣ୍ଟ ଅପଡେଟ କରିବା ପାଇଁ ଆପିଲ କରୁଛି। ଯଦି ଆପଣ ଏପରି ନକରନ୍ତି, ତେବେ ଆକଉଣ୍ଟ ବ୍ଲକ୍‌ ହୋଇଯିବେ।

ଏପରି ହେବା ଦ୍ୱାରା ନା ଆପଣ ଜମା ଖାତାରେ ଟଙ୍କା ଜମା କରି ପାରିବେ ନା ହିଁ ଟଙ୍କା ନେଣଦେଣ କରିପାରିବେ। ସେଥିପାଇଁ ଏସ୍‌ବିଆଇ ଏସ୍‌ଏମ୍‌ଏସ୍‌କୁ ଅଣଦେଖା ନକରି ସେଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାମ କରନ୍ତୁ। ଏଥିପାଇଁ ଯେପରି ଆପଣଙ୍କୁ ଆଗକୁ କୌଣସି ଅସୁବିଧା ନହେଉ ସେଥିପାଇଁ ଏସ୍‌ବିଆଇ ବାରମ୍ବାର ଏସ୍‌ଏମ୍‌ ପଠାଇ ଗ୍ରାହକଙ୍କୁ କେଓ୍ଵାଇସି (ଗ୍ରାହକଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା) ପୂରା କରିବା ପାଇଁ ଆପିଲ କରୁଛି। ପ୍ରତ୍ୟେକ ଜମାକାରୀଙ୍କ ପାଇଁ ଏହା ଜୁରୁରୀ ଅଟେ। ଏହା ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ।

କେଓ୍ଵାସି ବିନା ଖାତାରେ କୌଣସି ରାଶି ଜମା କରି ପାରିବେ ନାହିଁ। ଅର୍ଥାତ ବ୍ୟାଙ୍କରେ ଖାତା ଖୋଲିବା ହେଉ, ମିଚ୍ୟୁଆଲ ଫଣ୍ଡରେ ଜମା ହେଉ, ବ୍ୟାଙ୍କ ଲକର୍ସ ନେବା ହେଉ କିମ୍ବା ପୁରୁଣା କମ୍ପାନିର ପିଏଫ୍‌ ରାଶି ବାହାର କରିବା ହେଉ ସବୁଥିରେ କେଓ୍ଵାସି ଅନିବାର୍ଯ୍ୟ କରାଯାଇଛି। ଏଭଳି ନିଷ୍ପତ୍ତି ନେବାର କାରଣ ବ୍ୟାଙ୍କ ସେବାର ଭୁଲ ଦିଗରେ ବ୍ୟବହାର ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର