ଭୁବନେଶ୍ବର: ଦେଶର ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ୍ ସଂସ୍ଥା ଫୋନ୍ପେ ପକ୍ଷରୁ ଖୁବ୍ଶୀଘ୍ର ମ୍ୟୁଚୁଆଲ୍ ଫଣ୍ଡ୍ ଓ ବୀମା ସେବା ପ୍ରଦାନ କରାଯିବ। କଂପାନିର ବରିଷ୍ଠ ଉପସଭାପତି (ଷ୍ଟ୍ରାଟେଜି ଆଣ୍ଡ୍ ବିଜନେସ୍ ଡେଭେଲପ୍ମେଣ୍ଟ୍) କାର୍ତିକ ରଘୁପତି ଏହା କହିଛନ୍ତି। ଏକ ଇ-ମେଲ୍ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ, ୨୦୧୯ର ପ୍ରଥମ ଭାଗରେ ଆମେ ଏହି ନୂତନ ସେବା ଆରମ୍ଭ କରିବୁ। ଓଡ଼ିଶା ବିଷୟରେ ସେ କହିଛନ୍ତି ଯେ, ଏହି ରାଜ୍ୟରେ ଫୋନ୍ପେର ଗ୍ରହଣୀୟତା ବହୁତ ଭଲ ରହିଛି। ରାଜ୍ୟରେ ପାଖାପାଖି ୨୦ ଲକ୍ଷ ଲୋକ ଆମ ସେବାକୁ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଶାର ୯୦୦୦ ପାଖାପାଖି ଷ୍ଟୋର୍ରେ ଫୋନ୍ପେ ପେମେଣ୍ଟ୍ ସୁବିଧା ଉପଲବ୍ଧ ହେଉଛି। ଅଧିକରୁ ଅଧିକ ରିଟେଲର୍ଙ୍କୁ କଂପାନି ନିଜ ପ୍ଲାଟଫର୍ମରେ ଯୋଡ଼ିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ଏହି କଂପାନି ଇନ୍-ଆପ୍ ବିଜନେସ୍ ସୁବିଧା ମଧ୍ୟ ପ୍ରଦାନ କରିବାକୁ ଚାହୁଁଛି। ଏହା ଜରିଆରେ ଫୋନ୍ପେର ଗ୍ରାହକମାନେ ଗୋଟିଏ ଆପ୍ ଭିତରେ ପ୍ରାୟ ଅନ୍ୟ ୨୦ଟି ମାଇକ୍ରୋ-ଆପ୍ର ସେବା ପାଇପାରିବେ। ଛୋଟ ବଡ଼ ସବୁ ପ୍ରକାର ସହରରେ ଫୋନ୍ପେ ଏହାର ସେବାକୁ ସମ୍ପ୍ରସାରଣ କରିବାକୁ ଚାହୁଁଛି। ଅଧିକରୁ ଅଧିକ ଅଫ୍ଲାଇନ୍ ଷ୍ଟୋର୍ରେ ଏହା ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ରଘୁପତିକ କହିଛନ୍ତି।
‘ଫୋନ୍ପେ’ରେ ମିଳିବ ମ୍ୟୁଚୁଆଲ୍ ଫଣ୍ଡ୍, ବୀମା ସେବା
/sambad/media/post_attachments/wp-content/uploads/2019/03/Untitled-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)