ମୁମ୍ବାଇ: ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକ ସେୟାର ବଜାରରୁ ୧୭,୬୦୦ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଇକ୍ବିଟି ସ୍କିମ୍ରୁ ସେମାନେ ଅଧିକ ଟଙ୍କା ଉଠାଇଛନ୍ତି। କରୋନା ମହାମାରୀ ପ୍ରଭାବରେ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ହେବା ସହ ସେୟାର ବଜାର ଅସ୍ଥିର ରହିବାରୁ ସେମାନେ ନିବେଶ କରିଥିବା ଟଙ୍କା ପ୍ରତ୍ୟାହାର କରିଛନ୍ତି। ଚଳିତ ବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକ ସେୟାର ବଜାରରେ ୩୯, ୭୫୫ କୋଟି ଟଙ୍କା ନିବେଶ କରିଥିଲେ। ଗତ ଜୁଲାଇ ଓ ଅଗଷ୍ଟରେ ପ୍ରତ୍ୟକ୍ଷ ଇକ୍ବିଟି ସ୍କିମ୍ ଓ ଇକ୍ବିଟି ଭିତ୍ତିକ ସ୍କିମ୍ର ୟୁନିଟ୍କୁ ଅଧିକାଂଶ ନିବେଶକ ବିକ୍ରି କରିବା ଯୋଗୁଁ ଏକ ନକାରାତ୍ମକ ଭବନା ସୃଷ୍ଟି ହୋଇଥିଲା। ଏହି ଦୁଇ ମାସରେ ନିବେଶକମାନେ ଇକ୍ବିଟି ଭିତ୍ତିକ ମ୍ୟୁଚୁଆଲ୍ ଫଣ୍ଡ୍ରୁ ୬୪୫୦ କୋଟି ଟଙ୍କା ବିକ୍ରି କରିଥିଲେ। ସେହି ସମୟରେ ହାଇବ୍ରିଡ୍ ଫଣ୍ଡ୍ରୁ ମଧ୍ୟ ୧୨,୧୩୧ କୋଟି ଟଙ୍କା ବିକ୍ରି କରିଦେଇଥିଲେ।
ସେୟାର ବଜାରରୁ ମ୍ୟୁଚୁଆଲ୍ ଫଣ୍ଡ୍ ଉଠାଇନେଲେ ୧୭,୬୦୦ କୋଟି
/sambad/media/post_attachments/wp-content/uploads/2020/03/sensex-reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)