ନୂଆଦିଲ୍ଲୀ: ଖଣିଜ ଇନ୍ଧନର ବିକଳ୍ପ ଭାବେ ଗ୍ରିନ୍ ହାଇଡ୍ରୋଜେନ୍କୁ ବିଚାର କରାଯାଉଛି। ଭାରତରେ କେଜି ପିଛା ୧ ଡଲାରରେ ଗ୍ରିନ୍ ହାଇଡ୍ରୋଜେନ୍ ଉପଲବ୍ଧ କରାଇବା ମୋର ସ୍ବପ୍ନ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ସେ କହିଛନ୍ତି ଯେ ପେଟ୍ରୋଲିୟମ୍, ବାୟୋମାସ୍, ଅର୍ଗାନିକ୍ ବର୍ଜ୍ୟ ଓ ସ୍ବେରେଜ୍ ପାଣିରୁ ହାଇଡ୍ରୋଜେନ ଉତ୍ପାଦନ କରାଯାଇପାରିବ ଓ ତାହାକୁ ବିମାନ ଚଳାଚଳ, ରେଳ ଓ ଗାଡ଼ି ଶିଳ୍ପରେ ବ୍ୟବହାର ପାଇଁ ଉପଲବ୍ଧ କରାଯାଇପାରିବ। ଗ୍ରିନ୍ ହାଇଡ୍ରୋଜେନ୍ ଭଳି ଇଥାନଲ୍କୁ ମଧ୍ୟ ବିକଳ୍ପ ଇନ୍ଧନ ଭାବେ ଆଗକୁ ବଢ଼ାଇବା ଉପରେ ସେ ଜୋର ଦେଇଛନ୍ତି। ଏକ ଲିଟର ଇଥାନଲ୍ ୬୨ ଟଙ୍କାରେ ମିଳୁଛି। ପେଟ୍ରୋଲ ତୁଳନାରେ ଇଥାନଲ୍ର କ୍ୟାଲୋରି ମୂଲ୍ୟ କମ୍ ରହୁଛି। ତାହାକୁ ବଢ଼ାଇବା ଲାଗି ରୁଷ୍ର ବୈଜ୍ଞାନିକମାନଙ୍କ ସହ ମିଶି ଇଣ୍ଡିଆନ ଅଏଲ୍ କାମ କରୁଥିବା ସେ କହିଛନ୍ତି।
ମୋର ସ୍ବପ୍ନ କିଲୋ ପିଛା ୧ ଡଲାରରେ ଗ୍ରିନ୍ ହାଇଡ୍ରୋଜେନ୍: ଗଡ଼କରୀ
/sambad/media/post_attachments/wp-content/uploads/2021/09/nitingadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)