ମାଇଁ ହୋମ୍‌ର ନୂଆ ସିମେଣ୍ଟ

ଭୁବନେଶ୍ବର: ମାଇଁ ହୋମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଓଡ଼ିଶାରେ ନୂଆ ବ୍ରାଣ୍ଡ୍‌ ସିମେଣ୍ଟ ଉପଲବ୍ଧ କରାଯାଇଛି। ଏଚଇଏସ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ କ୍ବାଲିଟିଯୁକ୍ତ ସିମେଣ୍ଟ ‘ସଲିଡ୍‌ ଏଚ୍‌ଡି ପ୍ଲସ ସୁପର ଷ୍ଟ୍ରଙ୍ଗ୍’ ନାମରେ ଆସିଛି। ଏହି ସୂଚନା ଦେଇଛନ୍ତି କମ୍ପାନିର ମାର୍କେଟିଂ ବିଭାଗର ବରିଷ୍ଠ ସଭାପତି ବିଜୟ ବର୍ଦ୍ଧନ ରାଓ। ଉନ୍ନତମାନର ଉପାଦାନ ବ୍ୟବହାର କରାଯାଇ ଏହି ସିମେଣ୍ଟ ପ୍ରସ୍ତୁତ କରାଯାଇଛି। ଫଳରେ ନିର୍ମାଣ କାର୍ଯ୍ୟରେ ଏହି ସିମେଣ୍ଟ ଅଧିକ ଭରସାଯୋଗ୍ୟ ହୋଇପାରିବ ବୋଲି କମ୍ପାନିର ମାର୍କେଟିଂ ସଭାପତି ସାଇ ପ୍ରକାଶ କହିଛନ୍ତି। ୩ଟି ସୁପରଷ୍ଟ୍ରଙ୍ଗ କ୍ବାଲିଟିକୁ ନେଇ ଏହା ବଜାରକୁ ଆସିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଅବସରରେ କମ୍ପାନିର ଉପସଭାପତି ସଂଜୀବ ଗୁପ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ନୂଆ ସିମେଣ୍ଟର ବଜାର ପ୍ରବେଶ ପରିପ୍ରେକ୍ଷୀରେ କମ୍ପାନି ପକ୍ଷରୁ ଏକ ଡିଲର ସମ୍ମିଳନୀର ଆୟୋଜନ ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର