ମୁମ୍ବାଇ : ଷ୍ଟକ ବଜାରରୁ ନିଷିଦ୍ଧ ହେବା ପରେ ଏବିଷୟରେ ମୁହଁ ଖୋଲିଛନ୍ତି ବଲିଉଡ୍‌ ତାରକା ଅର୍ଶଦ ୱାର୍‌ସି। ସେ କହିଛନ୍ତି ଯେ ମୋର ଓ ମୋ ପତ୍ନୀ ମାରିଆ ଗୋରେଟିଙ୍କ ଷ୍ଟକ ବିଷୟରେ ଜ୍ଞାନ ଶୂନ। ଆମେ ପରାମର୍ଶ ନେଇ ସାଧ୍‌ନା ବ୍ରଡ୍‌କାଷ୍ଟ୍‌ରେ ନିବେଶ କରିଥିଲୁ। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ କଷ୍ଟୋପାର୍ଜିତ ଧନ ହରାଇଛୁ ବୋଲି ସେ କହିଛନ୍ତି। ଖବରରେ ଯାହା ପଢ଼ୁଛ ସବୁକୁ ବିଶ୍ବାସ କରନି ବୋଲି ସେ ଲୋକମାନଙ୍କୁ କହିଛନ୍ତି। ମୁନାଭାଇ ଏମ୍‌ବିବିଏସ୍‌, ଗୋଲ୍‌ମାଲ ଭଳି ଚର୍ଚ୍ଚିତ ସିନେମାରେ ଅଭିନୟ କରିଥିବା ଅର୍ଶଦଙ୍କ ସମେତ ୪୪ ଜଣଙ୍କ ଉପରେ ଗତକାଲି ସେବି ପକ୍ଷରୁ କଟକଣା ଜାରି କରାଯାଇଥିଲା। ସେମାନଙ୍କ ଷ୍ଟକ ବଜାର ପ୍ରବେଶକୁ ନିଷିଦ୍ଧ କରାଯାଇଛି। ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଭିଡିଓ ଜାରି କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଭଳି ଅଭିଯୋଗ ତାଙ୍କ ନାମରେ ରହିଛି।