‘ମାଇଁ ଅପ୍‌ଟିକ୍ସ’ ଉଦ୍‌ଘାଟିତ

ଭୁବନେଶ୍ବର: ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ମଲ୍‌ ଠାରେ ଦୁଇ ମହଲା ବିଶିଷ୍ଟ ଚଷମା ଷ୍ଟୋର୍‌ ‘ମାଇଁ ଅପ୍‌ଟିକ୍ସ’ ଉଦ୍‌ଘାଟିତ ହୋଇଛି। ଗ୍ରାହକମାନେ ୩୫୦ ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ମୂଲ୍ୟର ଚଷମା ଫ୍ରେମ୍ ଏଠାରୁ କିଣିପାରିବେ। ସେହିପରି ବିଭିନ୍ନ ପ୍ରକାର ଲେନ୍ସ ମଧ୍ୟ ଏଠାରେ ବିକ୍ରି କରାଯାଇଛି। ପୁରୁଷ, ମହିଳା ଓ ଶିଶୁଙ୍କୁ ସୁହାଇବା ଭଳି ରଙ୍ଗ ଓ ଆକାରର ଚଷମା ଷ୍ଟୋର୍‌ରେ ବିକ୍ରି କରାଯାଉଛି ବୋଲି ଏହାର ତତ୍ତ୍ବାବଧାୟକ ଚୌଧୁରୀ ଲଲାଟେନ୍ଦୁ ଦାଶ କହିଛନ୍ତି। ଷ୍ଟୋର୍‌ରେ ରେବାନ୍, ଭୋଗ୍, ଓକ୍‌ଲେ, ଅର୍ମାନି ଓ ପ୍ରାଡା ଭଳି ଆନ୍ତର୍ଜାତିକ ବ୍ରାଣ୍ଡ୍‌ ଓ ପୋଲାରଏଡ୍‌ ଚଷମା ବିକ୍ରି ହେଉଛି।

ସମ୍ବନ୍ଧିତ ଖବର