ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଏକ ମନୋରମ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ସମାଜସେବୀ ତଥା ପୂର୍ବ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ମୁଖ୍ୟ ବକ୍ତା ହିସାବରେ ଏବଂ ଓଡ଼ିଆ ଭାଷା ସାହିତ୍ୟର ସୁଲେଖିକା ଡ଼ଃ ଅର୍ଚ୍ଚନା ନାୟକ ମୁଖ୍ୟ ବକ୍ତା ହିସାବରେ ଓ ରାଜ୍ୟ ବିଜେଡ଼ି ଦଳର ସାଂସ୍କୃତିକ ସମ୍ପାଦକ ତଥା ଲେଖକ ପ୍ରବୀର ମହାନ୍ତି, ଓଡ଼ିଶା କ୍ରାଇମରେକଡ଼ସ ବ୍ୟୁରୋର ପୁଲିସ ଇନ୍ସପେକ୍ଟର ସନ୍ତୋଷ କୁମାର ଗୌଡ,ସୟଦ ମମତାଜ଼ଅଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ମାହାନ୍ତି, କଟକ ସଦର ସ୍ଥିତ ଶଙ୍ଖତ୍ରାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖ ଅବଦୁଲ କୋରବାନ୍,ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ସଭାପତି ସୁଧିର କୁମାର ଲେଙ୍କା, ସାମ୍ପାଦକ ତନ୍ମୟ କୁମାର ସାହୁ, ଅଧ୍ୟାପକ ରର୍ରଶିବଞ୍ଜନ ରଥ ,ରଘୁନାଥ ଜିଉ ଆସୋସିଏସନର ସମ୍ପାଦକ ଯୁଧିଷ୍ଠିର ସାହୁ,ଇଞ୍ଜିନିଅର ନିର୍ମଳ ବିକାଶ ମହାପାତ୍ର ଓ ପୁସ୍ତକର ରଚୟତା ବିଶିଷ୍ଟ ସମାଜସେବୀ ତଥା ସ୍ମାଇଲ୍ ୱାଲ୍ଡ ସଂଘଠନର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଗୌଡ ଉତ୍ସବରେ ମଞ୍ଚାସୀନ ହୋଇଥିଲେ ।
ପୁସ୍ତକଟି ଇଂରାଜୀ ଭାଷାରେ ଲିଖିତ ହୋଇଛି। ଯେଉଁଥିରେ ଲେଖକ ସୂର୍ଯ୍ୟ ନାରାୟଣ ଗୌଡ ମୋଟ ୧୭ଟି ପ୍ରବନ୍ଧକୁ ସ୍ଥାନିତ କରିଛନ୍ତି। ଏକାନ୍ତ ନୂତନ ଢଙ୍ଗରେ ଲିଖିତ ପୁସ୍ତକଟିରେ ଜାତୀୟ,ଆନ୍ତର୍ଜାତୀୟ,ଦାର୍ଶନିକ,ମନସ୍ତାତ୍ଵିକ, ଆଇନ,ଶିକ୍ଷା,ଲିଙ୍ଗ,ଆର୍ଥିକ,ରାଜନୈତିକ,ଭାଷା,ସଂସ୍କୃତି,ଧାର୍ମିକ ଓ ଐତିହାସିକ ବିଷୟ ବସ୍ତୁ ଉପରେ ଆଧାରିତ। ଲେଖକ ପ୍ରତ୍ୟେକ ପ୍ରବନ୍ଧରେ ନିଜସ୍ୱ ବିଚାର ତଥା ପ୍ରସ୍ତାବ ମାନ ଉଲ୍ଲେଖ କରିଛନ୍ତି । ଏହି ପୁସ୍ତକଟି ପ୍ରତ୍ୟେକ ପିଢ଼ିର ପାଠକ ମାନଙ୍କପାଇଁ ଉପାଦୟ ହେବ ବୋଲି ମୁଖ୍ୟ ଅତିଥି ଜଗଦାନନ୍ଦ କହିଛନ୍ତି।
ତାଛଡା ମୁଖ୍ୟ ବକ୍ତା ଡ଼ଃ ଅର୍ଚ୍ଚନା ନାୟକ ଏହି ପୁସ୍ତକଟି ଉଚ୍ଚକୋଟୀର ଚିନ୍ତାକୁ ସ୍ଥାନୀତ କରିଛି ବୋଲି ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଲେ ଯେ ଏହି ପୁସ୍ତକଟିକୁ ବହୁସଂଖ୍ୟାରେ ଯୁବକ,ଛାତ୍ର, ବୁଦ୍ଧିଜୀବୀ ତଥା ଆଇନପ୍ରଣେତାମାନଙ୍କ ନିକଟକୁ ପହଞ୍ଚାଇବା ଦରକାର । ଅନନ୍ୟ ବକ୍ତମାନେ ପୁସ୍ତକଟିକୁ ଖୁବ ପ୍ରଶଂସା କରିଥିଲେ। ପ୍ରକାଶ ଥାଉ କି ସୂର୍ଯ୍ୟ ନାରାୟଣ ଗୌଡଙ୍କ ଦ୍ୱାରା ଲିଖିତ ପ୍ରଥମ ଇଂରାଜୀ ପୁସ୍ତକ ଦି ଅନଫୋଲଡେଡ ସିକ୍ରେଟ ଆମାଜନ ପ୍ଲାଟଫର୍ମରେ ବିକ୍ରିହୋଇ ଖୁବ ପାଠକୀୟ ଆଦୃତି ଲାଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/c1df1ea4-677f-446b-a4f1-00215756dac1.jpg)