ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫେସନ୍‌ ରିଟେଲ ମିନ୍‌ଣ୍ଟ୍ରା ଏପ୍ରିଲ ୧ରୁ ଭାରତର ସବୁଠାରୁ ବଡ଼ କ୍ଲଥିଂ ଅପଗ୍ରେଡ୍‌ କାର୍ଯ୍ୟକ୍ରମ ‘ଫେସନ୍‌ ଅପଗ୍ରେଡ’ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଏପ୍ରିଲ୧ରୁ ୬ ପର୍ଯ୍ୟନ୍ତ ଜାରି ରହିବ। ‘ଫେସନ୍‌ ଅପଗ୍ରେଡ’ ଅଫର ଜରିଆରେ ବ୍ୟବହାରକାରୀ ନିଜର ପୁରୁଣା କପଡ଼ା ଦେଇ ୭୫୦୦ ପଏଣ୍ଟ ପାଇ ନୂଆ କପଡ଼ା କ୍ରୟ କରିପାରିବେ। ଏଥିରେ ବିଭିନ୍ନ ରକମର ପୋଷାକ ଗ୍ରାହକ ପାଇ ପାରିବେ।

Advertisment

publive-image

ସେହିପରି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ କିମ୍ବା ମୋବାଇଲ ଆପ ପେଟିଏମ୍‌ ଜରିଆରେ ମିନ୍‌ଣ୍ଟ୍ରାରୁ ପୋଷାକ କିଣିବା ସମୟରେ ରିହାତି ପାଇ ପାରିବେ। ସେହିପରି ଆଇସିଆଇସିଆଇ କ୍ରେଡିଟ ଓ ଡେବିଟ କାର୍ଡରେ କ୍ରୟ କଲେ ୧୦ ପ୍ରତିଶତ ରିହାତି ମିଳିବ।  ଯଦି ଆପଣ ଆଇସିଆଇସିଆ ଗ୍ରାହକ ନୁହନ୍ତି ତେବେ ଫୋନ୍‌ ପେ  ଜରିଆରେ ବି ୧୦ ପ୍ରତିଶତ ରିହାତିର ଫାଇଦା ଉଠାଇ ପାରିବେ। ସେହିପରି ମିନ୍‌ଣ୍ଟ୍ରା କିଛି ପ୍ରୋମୋ କୋଡ ଅଫର ଦେଇଛି। ଏହି ଅଫର ଜରିଆରେ ଆପଣଙ୍କ ପୋଷାକ ଉପରେ ୨୦ପ୍ରତିଶତ ରିହାତି ପାଇ ପାରିବେ। କିନ୍ତୁ ଏହି ପ୍ରୋମୋ କୋଡ ବ୍ୟବହାର ଏକ ନିଶ୍ଚିତ ସମୟରେ ହିଁ ବ୍ୟବହାର କରିହେବ।

ମିନ୍‌ଟ୍ରାର ଅପଗ୍ରେଡ୍‌ ସେଲ୍‌ରେ Nike, PUMA , Roadster, GIORDANO, Forever 21, Vero Moda, Mast and Harbour,HRX, Dressberry, RedTape, Biba ଓ United Colors Of Benetton କମ୍ପାନିର ପୋଷାକ ରହିଛି।