୯୩ ଜଳସେଚନ ପ୍ରକଳ୍ପକୁ ନାବାର୍ଡର ୬୬ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଦେଶରେ ୯୩ଟି ଜଳସେଚନ ପ୍ରକଳ୍ପକୁ ଜାତୀୟ ଗ୍ରାମୀଣ ଓ କୃଷି ବିକାଶ ବ୍ୟାଙ୍କ (ନାବାର୍ଡ) ଏ ପର୍ଯ୍ୟନ୍ତ ୬୫,୬୩୪ କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର କରିଛି। ସରକାରଙ୍କ ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଉଛି ବୋଲି ନାବାର୍ଡର ଅଧ୍ୟକ୍ଷ ଏଚ୍‌. କେ. ଭାନଓ୍ଵାଲା କହିଛନ୍ତି। ଦୀର୍ଘମିଆଦି ଜଳସେଚନ ପାଣ୍ଠି ଯୋଜନାରେ ୯୯ଟି ପ୍ରକଳ୍ପକୁ ନାବାର୍ଡ ୨୦୧୯ ସୁଦ୍ଧା ୭୦ ହଜାର କୋଟି ଟଙ୍କା ଦେବ। ଏଥିମଧ୍ୟରୁ ୯୩ଟି ପ୍ରକଳ୍ପକୁ ୬୫,୬୩୪ କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ କହିଛନ୍ତି। ତେବେ ଏହା ମଧ୍ୟରୁ ୮୬ଟି ପ୍ରକଳ୍ପ ପାଇଁ ୨୩,୪୦୨ କୋଟି ୭୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ସାରିଛି।

ସମ୍ବନ୍ଧିତ ଖବର