ଭୁବନେଶ୍ୱର: ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩୭୨.୫୧ କୋଟି ଟଙ୍କାର ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ଋଣ ଅର୍ଥ ମଞ୍ଜୁର କରାଯାଇଛି। ଏହି ଅର୍ଥ ଜଳସେଚନ ଏବଂ ଗ୍ରାମାଞ୍ଚଳରେ ପୋଲ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରାଯିବ। ପାଖାପାଖି ୧୩୦.୧୭ କୋଟି ଟଙ୍କାରେ ମୋଟ ୧୭୩୨୨ଟି ଘରୋଇ ଉଠା ଜଳସେଚନ ପ୍ରକଳ୍ପ ବୋର୍େଓ୍ଵଲ୍, ସାଲୋ ଟ୍ୟୁବ୍ େଓ୍ଵଲ୍ ଆଦି ପ୍ରକଳ୍ପରେ ବିନିଯୋଗ ହେବ। ଏହା ଦ୍ୱାରା ୩୬୪୪୦ ହେକ୍ଟର ଜମିରେ ଜଳସେଚନ ସୁବିଧା ପହଞ୍ଚିବ। ଫଳରେ ରାଜ୍ୟର ୪୦ ହଜାର ଚାଷୀ ଲାଭବାନ ହେବେ। ଏହା ବ୍ୟତୀତ ବିଜୁ ସେତୁ ଯୋଜନାରେ ୧୪ଟି ଗ୍ରାମୀଣ ପୋଲ ନିର୍ମାଣ ପାଇଁ ୨୪୨.୩୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୋଟ ୬୨୨୨.୮୯ ମିଟରର ପୋଲ ନିର୍ମାଣ କରାଯିବ। ଏହି ପୋଲଗୁଡ଼ିକ ଦ୍ୱାରା ୩୨୨ଟି ଗାଁର ୪ ଲକ୍ଷ ୫୬ ହଜାର ଲୋକ ଲାଭବାନ ହେବେ।
ନାବାର୍ଡ ଦେଲା ୩୭୨ କୋଟିର ଆର୍ଆଇଡିଏଫ୍ ଋଣ
/sambad/media/post_attachments/wp-content/uploads/2018/01/NABARD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)