ଭୁବନେଶ୍ବର: ରାଜ୍ୟରେ ନିର୍ମାଣ ହେବାକୁ ଥିବା ୨୫ଟି ସଡ଼କ ପ୍ରକଳ୍ପ ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ୨୦୬ କୋଟି ଟଙ୍କା ମଞ୍ଜୁର କରିଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ଅଧୀନରେ ଏହି ପାଣ୍ଠି ଜାରି କରାଯାଇଛି। ଓଡ଼ିଶାର ୧୧ଟି ଜିଲ୍ଲାରେ ରାଜ୍ୟ ପୂର୍ତ୍ତ ବିଭାଗ ତରଫରୁ ଏହି ସଡ଼କ ପ୍ରକଳ୍ପଗୁଡ଼ିକୁ ନିର୍ମାଣ କରାଯିବ। ମଞ୍ଜୁର ହୋଇଥିବା ଅର୍ଥରେ ମୋଟ ୨୦୩ କିଲୋମିଟର ରାସ୍ତା ତିଆରି କରାଯିବ। ଏହା ଦ୍ବାରା ୧୭୨୩ଟି ଗ୍ରାମର ୨୦ ଲକ୍ଷ ୪୮ ହଜାର ବାସିନ୍ଦା ଉପକୃତ ହେବେ ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି।
ନାବାର୍ଡ ପକ୍ଷରୁ ପାଣ୍ଠି ମଞ୍ଜୁର କରାଯାଇଥିବା ସଡ଼କ ପ୍ରକଳ୍ପଗୁଡ଼ିକ ଗଞ୍ଜାମ (୪ଟି), ଜଗତସିଂହପୁର(୧ଟି), ଯାଜପୁର(୨ଟି), କଳାହାଣ୍ଡି (୩ଟି), କେନ୍ଦ୍ରାପଡ଼ା(୧ଟି), କେନ୍ଦୁଝର(୫ଟି), କୋରାପୁଟ(୨ଟି), ମୟୂରଭଞ୍ଜ (୨ଟି), ନୟାଗଡ଼ (୨ଟି), ରାୟଗଡ଼ା (୧ଟି) ଓ ଖୋର୍ଦ୍ଧା (୨ଟି)ରେ ନିର୍ମାଣ କରାଯିବ। ଗଞ୍ଜାମର ଦିଗପହଣ୍ଡି, ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଧରାକୋଟ, ଶରଡ଼ା ବ୍ଲକ୍ରେ ଗ୍ରାମୀଣ ସଡ଼କ ତିଆରି କରାଯିବ। ସେହିପରି ନାବାର୍ଡ ପାଣ୍ଠିରେ ଜଗତସିଂପୁର ରଘୁନାଥପୁର ଓ ଜଗତସିଂହପୁର; ଯାଜପୁରର ବିଞ୍ଝାରପୁର ଓ ଯାଜପୁର, କଳାହାଣ୍ଡିର କୋକସରା, ଧର୍ମଗଡ଼, ନର୍ଲା ଓ ଏମ୍ ରାମପୁର; କେନ୍ଦ୍ରାପଡ଼ାର ଆଳି; କେନ୍ଦୁଝରର ପାଟଣା, ସହରପଡ଼ା, ତେଲକୋଇ ଓ ଘଟଗାଁ; କୋରାପୁଟର କୋଟପାଡ଼, ଦଶମନ୍ତପୁର ଓ କୋରାପୁଟ ବ୍ଲକ୍ରେ ରାସ୍ତା ତିଆରି କରାଯିବ। ମୟୂରଭଞ୍ଜ ଜିଲ୍ଲାର ରରୁଁଆ, ସୁକୁଳି, ରାଇରଙ୍ଗପୁର, ଜମ୍ତାରେ; ନୟାଗଡ଼ର ରଣପୁର ଓ ନୟାଗଡ଼ରେ; ରାୟଗଡ଼ାର କାଶିପୁରରେ ଓ ଖୋର୍ଦ୍ଧାରେ ଜିଲ୍ଲାର ରାଜସୁନାଖଳାରୁ ଧଳାପଥର ପର୍ଯ୍ୟନ୍ତ ଓ ଏନ୍ଏଚ୍-୫ରୁ ଭୁଷଣ୍ଡପୁର ପର୍ଯ୍ୟନ୍ତ ରାସ୍ତା ତିଆରି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/nabard-bank-1458990590_835x547.jpg)