ଗ୍ରାମୀଣ ଭିତ୍ତିଭୂମି ପାଇଁ ନାବାର୍ଡ ଦେଇଛି ୧୬୫୦୦ କୋଟି

ମୁମ୍ବାଇ: ଦେଶର ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ନାବାର୍ଡ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ନାବାର୍ଡ ୩୦୨୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ନାବାର୍ଡ ପକ୍ଷରୁ ୧୯୯୫ ମସିହାରେ ଆରଆଇଡିଏଫ୍ ଗଠନ‌ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ପାଣ୍ଠିରେ ୩୦ ହଜାର କୋଟି ଟଙ୍କା ଥିବାବେଳେ ୩୦୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଜାନୁଆରି ୩୧, ୨୦୨୧ ସୁଦ୍ଧା ୧୬୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ନାବାର୍ଡ ଅଧ୍ୟକ୍ଷ ଜି ଆର୍‌ ଚିନ୍ତାଲା କହିିଛନ୍ତି। ଏହି ପାଣ୍ଠି ପ୍ରତିଷ୍ଠା ହେବା ଦିନଠାରୁ ଆଜି ସୁଦ୍ଧା ଗ୍ରାମାଞ୍ଚଳର ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ୩ ଲକ୍ଷ ୧୧ ହଜାର କୋଟି ଟଙ୍କା ପ୍ରଦାନ କରିଛି। ନାବାର୍ଡ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଅର୍ଥରେ ଗ୍ରାମାଞ୍ଚ‌ରେ ପୋଲଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ହେଉଛି। ଏହାଦ୍ବାରା ଗ୍ରାମାଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆସିବା ସହିତ ଲୋକଙ୍କ ଜୀବନ ଧାରଣ ମାନରେ ମଧ୍ୟ ପରିବର୍ତ୍ତନ ଆସୁଛି।

ସମ୍ବନ୍ଧିତ ଖବର