ଭୁବନେଶ୍ୱର: ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବିକାଶମୂଳକ ଆର୍ଥିକ ସହାୟତା ରାଶି ପରିମାଣ ୧୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୧୬-୧୭ରେ ନାବାର୍ଡ ପକ୍ଷରୁ ରାଜ୍ୟ ସରକାର ଏବଂ ବ୍ୟାଙ୍କଗୁଡ଼ିକୁ ୧୪,୭୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ରିଫାଇନାନ୍ସ ଭାବେ ସମବାୟ ବ୍ୟାଙ୍କଗୁଡ଼ିକୁ ନାବାର୍ଡ ୪୮୬୧ କୋଟି ଟଙ୍କା ପ୍ରଦାନ କରିଛି। ଦୀର୍ଘମିଆଦୀ ଫାଇନାନ୍ସ ଭାବେ ବ୍ୟାଙ୍କଗୁଡ଼ିକ ୬୨୪ କୋଟି ଟଙ୍କା ହାସଲ କରିଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନାବାର୍ଡ ୨୧୧୮ କୋଟି ଟଙ୍କା ପ୍ରଦାନ କରିଛି ବୋଲି ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ସିଜିଏମ୍ ଡକ୍ଟର କେ ସି ପାଣିଗ୍ରାହୀ କହିଛନ୍ତି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍) ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ନାବାର୍ଡ ଏ ବାବଦରେ ୧୯,୯୫୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ନିମନ୍ତେ ନାବାର୍ଡ ପକ୍ଷରୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ୩୦୮୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ନାବାର୍ଡ ପକ୍ଷରୁ ରାଜ୍ୟରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମ ମାଧ୍ୟମରେ ୬୩୭୩୧ ଏସ୍ଏଚ୍ଜି ଏବଂ ୩୭୮୫୨ଟି ଜଏଣ୍ଟ୍ ଲାଇବିଲିଟି ଗ୍ରୁପ୍ (ଜେଏଲ୍ଜି)କୁ ଲିଙ୍କେଜ୍ ଓ ପ୍ରସାର ସହାୟତା ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ବ୍ୟାଙ୍କଗୁଡ଼ିକ କିଭଳି ଭାବେ ଋଣ ଆବଣ୍ଟନ କରୁଛନ୍ତି ତାହାର ମଧ୍ୟ ନାବାର୍ଡ ତଦାରଖ କରୁଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୯ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ୨ଟି ଗ୍ରାମୀଣ ବ୍ୟାଙ୍କର ବୈଧାନିକ ଅନୁସନ୍ଧାନ ନାବାର୍ଡ ପକ୍ଷରୁ କରାଯାଇଛି।
ନାବାର୍ଡ ସହାୟତା ୧୦ ହଜାର କୋଟି ଟପିଲା
/sambad/media/post_attachments/wp-content/uploads/2018/01/cgm-nabard.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)