ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ), ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ନୂଆ ମୁଖ୍ୟ ମହାପ୍ରବନ୍ଧକ ଭା‌ବେ ଡକ୍ଟର ସୁଧାଂଶୁ କେ କେ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନାବାର୍ଡର ହିମାଚଳପ୍ରଦେଶ ଆଞ୍ଚଳିକ କାର୍ଯ୍ୟାଳୟରେ ସିଜିଏମ୍ ଭାବେ କାମ କରୁଥିଲେ। ସେ ନାବାର୍ଡର ମୁଖ୍ୟ କାର୍ଯ୍ୟାଳୟ ଓ ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ କାମ କରିଛନ୍ତି। ବିଆଇଆର୍‌ଡି ଲକ୍ଷ୍ନୌରେ ସେ ଫାକଲ୍‌ଟି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନିରୀକ୍ଷଣ, କର୍ପୋରେଟ୍ ଗଭର୍ଣ୍ଣାସ୍, ନିବେଶ ଓ ଟ୍ରେଜେରି ପରିଚାଳନା ଓ ନିୟାମକ ପ୍ରସଙ୍ଗ ଉପରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି।