ମାଛଚାଷ ପାଇଁ ନାବାର୍ଡ ଦେବ ୧୧୯ କୋଟି

ଭୁବନେଶ୍ବର: ରାଜ୍ୟରେ ମାଛଚାଷ ଓ ଜଳଚର ପ୍ରାଣୀ ସମ୍ପଦର ବିକାଶ ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପାଇଁ ୧୧୯.୮୦ କୋଟି ଟଙ୍କା ମଞ୍ଜୁର କରିଛି। ଏନେଇ ନାବାର୍ଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି।

ମାଛଚାଷ ଓ ଜଳଚର ଭିତ୍ତିଭୂମି ବିକାଶ ପାଣ୍ଠି (ଏଫ୍‌ଆଇଡିଏଫ୍‌) ଅଧୀନରେ ନାବାର୍ଡ ଏହି ପାଣ୍ଠି ମଞ୍ଜୁର କରିଛି। ଉଭୟ ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମି ସୁବିଧା ବିକଶିତ କରିବାରେ ଏହି ପାଣ୍ଠି ବିଶେଷ ସହାୟକ ହେବ ଓ ଏହାର ପ୍ରଭାବରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଶ୍ରୀ ଉଦୟଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର