ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲା। ଭାରତରେ ଏବେ ପ୍ରଯୁକ୍ତିର ବ୍ୟବହାର ଯେଭଳି ବ୍ୟାପକ ମାତ୍ରାରେ ହେଉଛି ତାହା ପୂର୍ବରୁ କେବେ ଦେଖି ନଥିଲି ବୋଲି ସେ କହିଛନ୍ତି। ହାଇଦ୍ରାବାଦରେ ଜନ୍ମିତ ନାଦେଲା ଏକ ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଜିଡିପି ତୁଳନାରେ ପ୍ରଯୁକ୍ତିର ବ୍ୟବହାର ପ୍ରତିଶତ ବଢ଼ିବାରେ ଲାଗିଛି। ଆଧାର ଏବଂ ୟୁପିଆଇ ଭଳି ଡିଜିଟାଲ ପବ୍ଲିକ ଗୁଡ୍ ବା ସର୍ବସାଧାରଣ ସାମଗ୍ରୀ ସୃଷ୍ଟିରେ ଭାରତ କରିଥିବା କାର୍ଯ୍ୟ ଚକିତ କରିବା ଭଳି ବୋଲି ସେ ମତ ଦେଇଛନ୍ତି। ପ୍ରଯୁକ୍ତି କ୍ଷେତ୍ରରେ ପରବର୍ତ୍ତୀ ଲହର କୃତ୍ରିମ ବୁଦ୍ଧିମତ୍ତାରେ ଆସିବ। ଏଥିସହିତ ଏଆର୍ ଭିଆର୍ (ଆର୍ଟିଫିସିଆଲ ଆଣ୍ଡ୍ ଭର୍ଚୁଆଲ ରିଅଲଟି) ଏବଂ ମେଟାଭର୍ସକୁ ନେଇ ମଧ୍ୟ ସେ ଉତ୍ସାହିତ ଅଛନ୍ତି। ଆଜିର ପ୍ରଯୁକ୍ତି ଯେତେବେଳେ ଭଲଭାବେ ବ୍ୟବହାର ହେବ ସେତେବେଳେ ତାହା ଭବିଷ୍ୟତର ନୂଆ ପ୍ରଯୁକ୍ତିକୁ ଜନ୍ମଦେବ। ଭବିଷ୍ୟତରେ ମାଇକ୍ରୋସଫ୍ଟର ଅଭିବୃଦ୍ଧି କ୍ଷେତ୍ରରେ କିଏ ପ୍ରମୁଖ ଭୂମିକା ଗ୍ରହଣ କରିବା ପ୍ରଶ୍ନରେ ସେ କହିଛନ୍ତି ମୁଁ ମୂଳ ଉଦ୍ଦେଶ୍ୟ ଏବଂ କମ୍ପାନିର ମିସନ ଉପରେ ଗୁରୁତ୍ବ ଦିଏ। କାରଣ ପ୍ରଯୁକ୍ତି ଆସିବ ଏବଂ ଯିବ ବୋଲି ସେ କହିଛନ୍ତି।
ଭାରତରେ ପ୍ରଯୁକ୍ତିର ବହୁଳ ବ୍ୟବହାର ଦେଖି ନାଦେଲା ଚକିତ
/sambad/media/post_attachments/wp-content/uploads/2023/01/56g4j6dg54jgjd654.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)