ନାଲ୍‌କୋ ଖଣି ପାଇଲା ୫ ପୁରସ୍କାର

ଭୁବନେଶ୍ୱର: ଗତ ଶନିବାର ଭୁବନେଶ୍ୱରଠାରେ ଆୟୋଜିତ ୨୦ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମ୍‌ଇଏମ୍‌ସି) ସପ୍ତାହ ପାଳନ ଅବସରରେ ନାଲ୍‌କୋର ପଞ୍ଚପଟ୍ଟମାଳି ଖଣିକୁ ୫ଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ନାଲ୍‌କୋକୁ ‘ପାର୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ’ ମିଳିଛି। ଏହା ବ୍ୟତୀତ ବନୀକରଣରେ ପ୍ରଥମ, ରିକ୍ଲେମେସନ୍‌ ଆଣ୍ଡ ରିହାବିଲିଟେସନ୍‌ରେ ପ୍ରଥମ, ନିରନ୍ତର ବିକାଶରେ ପ୍ରଥମ ଓ ସାମଗ୍ରିକ ପ୍ରଦର୍ଶନରେ ମଧ୍ୟ ଏହା ପ୍ରଥମ ପୁରସ୍କାର ହାସଲ କରିଥିଲା। ପରିବେଶ ମିତବ୍ୟୟୀ ବ୍ୟବସାୟ ପ୍ରକ୍ରିୟାର ପ୍ରସାର ଦିଗରେ ନାଲ୍‌କୋ କରୁଥିବା ଉଦ୍ୟମ ପ୍ରତି ଏହା ସ୍ୱୀକୃତି ବୋଲି ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। କେନ୍ଦ୍ର ଯୁଗ୍ମ ଖଣି ସଚିବ ଡକ୍ଟର ନିରଞ୍ଜନ କୁମାର ସିଂହଙ୍କଠାରୁ ଏହି ପୁରସ୍କାରଗୁଡ଼ିକୁ ନାଲ୍‌କୋର ଅଧିକାରୀ ଗ୍ରହଣ କରିଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ଏସିଆନ୍‌ ଗେମ୍ସରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଧାବିକା ଦୂତି ଚାନ୍ଦଙ୍କୁ କଂପାନିର କର୍ପୋରେଟ୍‌ କାର୍ଯ୍ୟାଳୟରେ ନାଲ୍‌କୋର ସିଏମ୍‌ଡି ଡକ୍ଟର ଚାନ୍ଦ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧିତ ଖବର