ଭୁବନେଶ୍ବର: ନବରତ୍ନ କମ୍ପାନି ନାଲକୋ ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନରେ ରେକର୍ଡ କରିଛି। କରୋନା ପାଇଁ ସମସ୍ତ ପ୍ରକାର ସର୍ତକତାମୂଳକ ପଦକ୍ଷେପ ସହିତ କମ୍ପାନି ଖଣି ଏବଂ ବିଶୋଧନାଗାରରେ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କ୍ଷମତାର ଉପଯୋଗ କରିପାରିଛି। ଆଲୁମିନିୟମ ସ୍ମେଲଟରରେ କମ୍ପାନି ୯୦ ପ୍ରତିଶତ କ୍ଷମତାର ଉପଯୋଗ କରିଛି। ଦେଶର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ କମ୍ପାନି ନାଲକୋ ୨୦୧୯-୨୦ ଆର୍ଥିକ ବର୍ଷରେ ୧୦୦ ପ୍ରତିଶତରୁ ଅଧିକ କ୍ଷମତା ଉପଯୋଗ କରି ପଞ୍ଚପଟ୍ଟମାଳୀ ଖଣିରୁ ୭୩.୦୨ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଛି। କମ୍ପାନି ଆରମ୍ଭରୁ ଏହା ସର୍ବାଧିକ। ସେହିଭଳି କମ୍ପାନି ଆରମ୍ଭରୁ ଇତିମଧ୍ୟମରେ ସର୍ବାଧିକ ସର୍ବାଧିକ ଅର୍ଥାତ୍ ୭୩.୦୨ ଲକ୍ଷ ଟନ୍ ବକ୍ସାଇଟ ପରିବହନ ରହିଛି। କମ୍ପାନିର ଆଲୁମିନା ବିଶୋଧନାଗାରରୁ ସର୍ବାଧିକ ଅର୍ଥାତ୍ ୨୧.୬୧ ଲକ୍ଷ ଟନର ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ହୋଇଛି। ଏ କ୍ଷେତ୍ରରେ ମଧ୍ୟ କମ୍ପାନି ନୂଆ ରେକର୍ଡ ସ୍ଥାପନ କରିଛି। ଷ୍ଟିମ୍ ଆଣ୍ଡ ପାୱାର ପ୍ଲାଣ୍ଟ (ଏସ୍ପିପି)ରୁ କମ୍ପାନି ସର୍ବାଧିକ ନିଟ୍ ବିଦ୍ୟୁତ୍ ଉତ୍ପାଦନ କରିଛି। ଆଲୁମିନିୟମ ସ୍ମେଲଟରର ୯୦ ପ୍ରତିଶତରୁ ଅଧିକ କ୍ଷମତା ଉପଯୋଗ କରାଯାଇ ୪.୧୮ ଲକ୍ଷ ଟନର କାଷ୍ଟ ମେଟାଲ ଉତ୍ପାଦନ କରାଯାଇଛି। ମୌସୁମି ଋତୁରେ ଘୋର କୋଇଲା ଅଭାବ ଏବଂ ବର୍ତ୍ତମାନର କରୋନା ପରିସ୍ଥିତି ସତ୍ତ୍ବେ କମ୍ପାନି ବିଦ୍ୟୁତ ଉତ୍ପାଦନରେ ଏଭଳି ସଫଳତା ହାସଲ କରିଛି। କମ୍ପାନିର ଏଭଳି ସଫଳତା କର୍ମଚାରୀମାନଙ୍କର ଉତ୍ସଗୀକୃତ ସେବା ଏବଂ ଦଳଗତ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ନାଲକୋର ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି। ବକ୍ସାଇଟ୍ ଖନନ ଏବଂ ଆଲୁମିନା ବିଶୋଧନ ଉପରେ ଗୁରୁତ୍ବ ଦେବା ସହିତ ବିଭିନ୍ନ ପ୍ରକାର ଖର୍ଚ୍ଚ ହ୍ରାସ ପଦକ୍ଷେପ ମାଧ୍ୟମରେ କମ୍ପାନିକୁ ଆଗାମୀ ଦିନରେ ଆଗକୁ ନିଆଯିବ ବୋଲି ସେ କହିଛନ୍ତି। କରୋନା ଯୋଗୁଁ ନାଲକୋର ସମସ୍ତ ୟୁନିଟ୍ କମ୍ ସଂଖ୍ୟକ କର୍ମଚାରୀରେ କାର୍ଯ୍ୟ କରୁଛି। କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କାରଖାନା ପରିସରରେ କମ୍ପାନି ସାମାଜିକ ଦୂରତା ଏବଂ ବିଶୋଧନ ଆଦି କାର୍ଯ୍ୟ ହାତକୁ ନେଇଛି।
ନାଲକୋର ରେକର୍ଡ ବକ୍ସାଇଟ ଓ ଆଲୁମିନା ଉତ୍ପାଦନ
ଖଣି ଓ ବିଶୋଧନାଗାରରେ ୧୦୦%ରୁ ଅଧିକ କ୍ଷମତା ଉପଯୋଗ
/sambad/media/post_attachments/wp-content/uploads/2020/04/nalco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)