ଭୁବନେଶ୍ବର: ଗତ ୩ ତାରିଖରେ ସାମୁଦ୍ରିକ ଝଡ଼ ଫନି ଦ୍ବାରା ଓଡ଼ିଶାର ବିପୁଳ ସମ୍ପତ୍ତି ନଷ୍ଟ ହେବା ସହିତ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ପକ୍ଷରୁ ଏହି ପରିପ୍ରେକ୍ଷୀରେ ଏକ ବାତ୍ୟା ପରିଚାଳନା କମିଟି ଗଠିତ ହୋଇଛି। ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ (ସିଏମ୍ଡି) ଡ. ତପନ କୁମାର ଚାନ୍ଦ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି। ସିଆଇଆଇର ସାଧାରଣ ସମ୍ପାଦକ ଏକ ପତ୍ର ମାଧ୍ୟମରେ ଡ. ଚାନ୍ଦଙ୍କୁ କମିଟିର ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରିଥିଲେ। ଡ. ଚାନ୍ଦଙ୍କ ସହ ସିଆଇଆଇ (ପୂର୍ବାଞ୍ଚଳ)ର ଆଡ୍ମିରାଲ୍ ଏ. କେ. ବର୍ମା କମିଟିର ସଦସ୍ୟ ରହିବେ। ବାତ୍ୟା ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ତଥା ଭାରତୀୟ ଆଲୁମିନିୟମ ସଂଘର ସଭାପତି ଭାବେ ଡ. ଚାନ୍ଦ ଶିଳ୍ପ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ବାତ୍ୟା ପରବର୍ତୀ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି। ଷ୍ଟିଅରିଂ କମିଟିର ଏକ ବୈଠକ ୧୧ ତାରିଖ (ଶନିବାର) ନାଲ୍କୋ ଭବନ ପରିସରରେ ଅନୁଷ୍ଠିତ ହେବ। ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଏହି ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନବରତ୍ନ କମ୍ପାନି ନାଲ୍କୋ ସିଏମଡିଙ୍କ ଦିଗଦର୍ଶନରେ ବ୍ୟାପକ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ନାଲ୍କୋ ସିଏମ୍ଡି ସିଆଇଆଇ ବାତ୍ୟା ପରିଚାଳନା କମିଟି ଅଧ୍ୟକ୍ଷ, ଷ୍ଟିଅରିଂ କମିଟିର ବୈଠକ ଆଜି
/sambad/media/post_attachments/wp-content/uploads/2019/05/Untitled-12-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)