ଭୁବନେଶ୍ବର: ଲୋକ ପରିଚାଳନା ଓ ରଣନୀତିପୂର୍ଣ୍ଣ ନେତୃତ୍ବ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦଙ୍କୁ ଏନ୍ଆଇପିଏମ୍ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ପୁନେଠାରେ ଆୟୋଜିତ ଜାତୀୟ ନାଟକନ୍-୨୦୧୮ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ଚାନ୍ଦ ଏହି ପୁରସ୍କାରକୁ ଏଚ୍ଆର୍ ବୃତ୍ତିଧାରୀ ଓ ନାଲ୍କୋ ଟିମ୍ ପ୍ରତି ସମର୍ପିତ କରିଛନ୍ତି।