ଭୁବନେଶ୍ୱର: ନାଲ୍କୋ ପକ୍ଷରୁ ଅହମ୍ମଦାବାଦ ଠାରେ ଏପ୍ରିଲ୍ ୧୮ ତାରିଖରେ ଏକ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଗୁଜରାଟ ଏବଂ ଆଖପାଖ ରାଜ୍ୟରେ ଥିବା ନାଲକୋର ଅନେକ ଆଲୁମିନିୟମ୍ ଓ ଆଲୁମିନା ଉପଭୋକ୍ତା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ, ନାଲ୍କୋ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଆଂଚଳିକ ନିର୍ଦ୍ଦେଶକ (ପଶ୍ଚିମ)ଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରେଜେଂଟେସନ୍ ଉପସ୍ଥାପିତ ହୋଇଥିଲା। ଏହି ଅବସରରେ ନାଲକୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଥିଲେ, ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତ ଆଲୁମିନିୟମ୍ ଉତ୍ପାଦନରେ ଉଲ୍ଲେଖନୀୟ ଅବିବୃଦ୍ଧି ହାସଲ କରି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନକାରୀର ମାନ୍ୟତା ଲାଭ କରିବ। ନାଲକୋର ଉପଭୋକ୍ତାମାନେ ଏହି ଅବସରରେ କମ୍ପାନି ସହ ସେମାନଙ୍କ ସହଯୋଗିତାକୁ ବଜାୟ ରଖିବେ ବୋଲି ପୁନଃ ପ୍ରତିଶ୍ରୁତି ଦେବା ସହ ଅହମ୍ମଦାବାଦରେ ଏକ ଷ୍ଟକୟାର୍ଡ ଖୋଲିବାକୁ ନାଲ୍କୋକୁ ଅନୁରୋଧ କରିଥିଲେ।
ଅହମ୍ମଦାବାଦରେ ନାଲ୍କୋର ଗ୍ରାହକ ସମ୍ମିଳନୀ
/sambad/media/post_attachments/wp-content/uploads/2019/04/Untitled-9-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)