ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ସହ ସ୍ୱାକ୍ଷରିତ ଏମ୍‌ଓୟୁ ଆଧରରେ ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)କୁ ୨୦୧୭-୧୮ ଆର୍ଥକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଡିପାର୍ଟ୍‌ମେଣ୍ଟ ଅଫ୍‌ ପବ୍ଲିକ୍‌ ଏଣ୍ଟର୍‌ପ୍ରାଇଜେସ୍‌ର ଆନ୍ତଃ-ମନ୍ତ୍ରାଳୟ କମିଟି ଏବଂ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ ପକ୍ଷରୁ ଏକ୍ସିଲେଣ୍ଟ ଏମ୍‌ଓୟୁ ରେଟିଂ ପ୍ରଦାନ କରାଯାଇଛି। ଏମ୍‌ଓୟୁରେ ଉଲ୍ଲିଖିତ ପ୍ରାୟ ସମସ୍ତ ପରିମାପରେ କମ୍ପାନୀ ପୂର୍ଣ୍ଣ ମାର୍କ୍‌ ହାସଲ କରିଛି।

Advertisment

୨୦୧୭-୧୮ବର୍ଷର ଆର୍ଥକ ଫଳାଫଳ ଅନୁଯାୟୀ, ବିଗତ କମ୍ପାନୀ ୧୦ ବର୍ଷ ମଧ୍ୟରେ ସର୍ବାଧିକ ନିଟ୍‌ ଲାଭ ୧୩୪୨.୧୯ କୋଟି ଟଙ୍କା ହାସଲ କରିଥିଲା, ଯାହା କି ଗତ ବର୍ଷର ନିଟ୍‌ ଲାଭ ୬୬୯ କୋଟି ଟଙ୍କା ତୁଳନାରେ ୧୦୦ ପ୍ରତିଶତରୁ ଅଧିକ। ଚତୁର୍ଥ ତ୍ରୈମାସିକୀରେ କମ୍ପାନୀର ନିଟ୍‌ ଲାଭ ୨୫୭.୦୬ କୋଟି ଟଙ୍କା ହୋଇଥିଲା। ଏହି ବର୍ଷ, ନାଲ୍‌କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଥିଲା ।

୨୦୧୭-୧୮ ଆର୍ଥକ ବର୍ଷରେ କମ୍ପାନୀର ମୋଟ୍‌ ବିକ୍ରିଲବ୍ଧ ଆୟ ୯୩୭୭ କୋଟି ଟଙ୍କା ହୋଇଥିଲା, ଯାହା କି ବିଗତ ବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଏବଂ କମ୍ପାନୀ ଆରମ୍ଭ ପର ଠାରୁ ସର୍ବାଧିକ। ସେହିପରି, ଏଯାବତ୍‌ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନୀ ୪୦୭୬ କୋଟି ଟଙ୍କା ଅର୍ଜ୍ଜନ କରଥିଲା। ନାଲ୍‌କୋ, ଚଳିତ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୭-୧୮ ଆର୍ଥକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀରେ ୫୯୫୨ କୋଟି ଟଙ୍କାର ଟର୍ଣ୍ଣ୍‌ଓଭର୍‌ ଲାଭ କରିଛି, ଯାହା କି ୨୦୧୭-୧୮ ଆର୍ଥକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକୀ ତୁଳନାରେ ୪୨ ପ୍ରତିଶତ ଅଧିକ।