ଭୁବନେଶ୍ବର : କର୍ପୋରେଟ୍ ସାମାଜିକ ଦାୟିତ୍ବାବୋଧ (ସିଏସ୍ଆର୍) କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋକୁ ଜାତୀୟ ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯାଇଛି। ନାଲ୍କୋ ଅଲିଅଳି ଝିଅ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଲ୍କୋର ନିର୍ଦେଶକ (ମାନବ ସମ୍ବଳ) ବସନ୍ତ କୁମାର ଠାକୁର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ନାଲ୍କୋ ସମୁଦାୟକୁ କଂପାନିର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ୨୦୧୫ରେ ଆରମ୍ଭ ହୋଇଥିବା ନାଲ୍କୋ ଅଲିଅଳି ଝିଅ କାର୍ଯ୍ୟକ୍ରମ ଆଜି ଜାତୀୟ ସ୍ତରରେ ସ୍ବୀକୃତି ପାଇଛି। କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଠାରୁ ଏହି କାର୍ଯ୍ୟକ୍ରମ ପାଇଁ ପୁରସ୍କାର ମିଳିଛି। ଏହା କଂପାନି ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି। ନାଲ୍କୋ ଅଲିଅଳି ଝିଅ କାର୍ଯ୍ୟକ୍ରମରେ କଂପାନି ତରଫରୁ ଅନୁଗୁଳ ଓ ଦାମନଯୋଡ଼ିର ୬୬ଟି ଗ୍ରାମର ୪୧୬ ଜଣ ଛାତ୍ରୀଙ୍କୁ ୪୫ଟି ସ୍କୁଲ୍ରେ ନାଲ୍କୋ ଅଲିଅଳି ଝିଅ ଭାବେ ଗ୍ରହଣ କରାଯାଇଛି।
ନାଲ୍କୋକୁ ଜାତୀୟ ସିଏସ୍ଆର ପୁରସ୍କାର
/sambad/media/post_attachments/wp-content/uploads/2019/10/Nalco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)