ଭୁବନେଶ୍ବର: ନବରତ୍ନ କଂପାନି ନ୍ୟାସନାଲ୍ ଆଲୁମିନିୟମ କଂପାନି ଲିମିଟେଡ୍ (ନାଲ୍କୋ) ୨୦୨୧-୨୨ ଆର୍ଥିକ ବର୍ଷରେ ରେକର୍ଡ ୨,୯୫୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା ଗତବର୍ଷ ତୁଳନାରେ ୨୨୭% ଅଧିକ। ଏହି ସମୟରେ କଂପାନିର ମୋଟ ଆୟ ୧୪,୮୪୧ କୋଟି ଟଙ୍କା ହୋଇଛି। କଂପାନି ଏହାର ବାର୍ଷିକ ଉତ୍ପାଦନ ଏବଂ ବିକ୍ରି କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। କମ୍ପାନି ଏହାର ନିଜସ୍ୱ ବକ୍ସାଇଟ୍ ଖଣିରୁ ୭୫.୧୧ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବା ବେଳେ ପ୍ରଥମ ଥର ପାଇଁ ଏହାର ସ୍ମେଲଟରରେ ନେମ୍ ପ୍ଲେଟ୍ କ୍ଷମତା ହାସଲ କରି ୪.୬୦ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏ ସମ୍ପର୍କରେ ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି ଯେ ଏହି ଉଲ୍ଲେଖନୀୟ ଫଳାଫଳ ଦୃଢ଼ ପରିଚାଳନାଗତ ପ୍ରଦର୍ଶନ ତଥା ପ୍ରଭାବଶାଳୀ କଞ୍ଚାମାଲ କ୍ରୟ ଏବଂ ବିକ୍ରୟ ରଣନୀତି, ବ୍ୟୟ ସଞ୍ଚୟ ପଦକ୍ଷେପ, ସକାରାତ୍ମକ ବ୍ୟାବସାୟିକ ଦୃଷ୍ଟିକୋଣ, ଅନୁକୂଳ ଏଲ୍ଏମ୍ଇ ମୂଲ୍ୟ ଏବଂ ବିଶ୍ୱ ବଜାରରେ ଆଲୁମିନିୟମ ଚାହିଦା ବୃଦ୍ଧି ଦ୍ୱାରା ସମ୍ଭବ ହୋଇପାରିଛି। କର୍ମଚାରୀମାନଙ୍କ ଦଳଗତ କାର୍ଯ୍ୟ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ନାଲ୍କୋର ରେକର୍ଡ ୨,୯୫୨ କୋଟି ନିଟ୍ ଲାଭ
/sambad/media/post_attachments/wp-content/uploads/2022/04/nalco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)