ବାତ୍ୟା ପ୍ରଭାବିତଙ୍କୁ ନାଲ୍‌କୋର ସହାୟତା

ଭୁବନେଶ୍ବର: ଭୁବନେଶ୍ବର, ଖୋର୍ଧା ଓ ପୁରୀର ବିଭିନ୍ନ କଲୋନି ଓ ବସ୍ତିରେ ବାତ୍ୟା ପ୍ରଭାବିତ ନାଲ୍‌କୋ ପକ୍ଷରୁ ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଛି। ନାଲ‌୍‌କୋର ଦୁଇଟି ଟାଉନସିପ୍, ନୟାପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ଗୋଠପାଟଣାସ୍ଥିତ ଗବେଷଣା କେନ୍ଦ୍ରରେ ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପାଦନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ ଏଠାରେ ଜଳ ଓ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇପାରିଛି। ଏଥିସହିତ ନାଲ୍‌କୋ ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଇଲେକ୍ଟ୍ରିସିଆନ, ପାଣି ପାଇପ ମିସ୍ତ୍ରି, ଗଛ କଟାଳୀମାନଙ୍କୁ ନେଇ ୭ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୧୭ରୁ ୨୦ ଜଣ କର୍ମଚାରୀ ଅଛନ୍ତି। ଅନୁଗୋଳ ଓ ଦାମନଯୋଡ଼ିସ୍ଥିତ ନାଲକୋ ୟୁନିଟରୁ ଦୁଇଟି ଜଳ ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ନାଲକୋ ତରଫରୁ ଶାଢ଼ି, ତଉଲିଆ, ଚାଉଳ, ଡାଲି, ବିସ୍କୁଟ, କ୍ଷୀର, ଫଳ ଆଦି ବିତରଣ କରାଯାଉଛି। ଗତ ୪ ତାରିଖରେ ପଟିଆ ଅଞ୍ଚଳର ବସ୍ତିରେ ରିଲିଫ୍ ବିତରଣ କରାଯାଇଥିଲା। ନାଲକୋ ସିଏମଡି ତ. ତପନ କୁମାର ଚାନ୍ଦ, ନିର୍ଦେଶକ (ମାନବ ସମ୍ବଳ)ଙ୍କ ସମେତ ବରିଷ୍ଠ ପ୍ରବନ୍ଧକ ବ୍ୟକ୍ତିଗତଭାବେ ଏହି କାର୍ଯ୍ୟର ତଦାରଖ ଓ ପରିଚାଳନା କରୁଛନ୍ତି। ବିଭିନ୍ନ କଲୋନିରେ ନାଲକୋ ଟିମ୍ ଡିଜି ସେଟ୍ ସହ ଟାଙ୍କିକୁ ବୋରୱେଲରୁ ପାଣି ଉଠାଇବାରେ ସାହାଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର