ପଲିଥିନ୍‌ର ବିକଳ୍ପ ପାଇଁ ସହଯୋଗ କରିବ ନାଲ୍‌କୋ

ପୁରୀ: ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀକୁ ପଲିଥିନମୁକ୍ତ କରିବା ପାଇଁ ନାଲ୍‌କୋ ସଂକଳ୍ପବଦ୍ଧ ଓ ଏହାର ବିକଳ୍ପ ପାଇଁ ନାଲକୋ ସମସ୍ତ ଆର୍ଥିକ ସହଯୋଗ ଯୋଗାଇ ଦେବ। ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଏହା ପ୍ରକାଶ କରିଛନ୍ତି। ନିର୍ମାଲ୍ୟ ପକ୍ଷରୁ ହଲିଡେ ରିସର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ପଲିଥିନ୍‌ମୟ ପରିବେଶ ଓ ମାନବ ସ୍ୱାସ୍ଥ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଶ୍ରୀ ଚାନ୍ଦ ଏହା କହିଛନ୍ତି। ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ପ୍ରୟାସ ହିଁ ପୁରୀକୁ ପଲିଥିନମୁକ୍ତ କରିପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଅନୁଷ୍ଠାନର ସଭାପତି ବଦ୍ରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅନ୍ୟତମ ଅତିଥି ଭାବେ ପ୍ରଶାସକ ଉଦ୍ଧବ ଚନ୍ଦ୍ର ମାଝୀ, ଡାକ୍ତର ଅଶୋକ ମହାପାତ୍ର, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶିବ ପରିସରର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ମହାପାତ୍ର ପ୍ରମୁଖ  ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର