ନାଲ୍‌କୋ ପୁରସ୍କାର ପାଇଁ ଆବେଦନ ଆହ୍ବାନ

ଭୁବନେଶ୍ୱର : ନାଲକୋ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯାଉଥିବା ପୁରସ୍କାରଗୁଡ଼ିକ ନିମନ୍ତେ ଆବେଦନ ଆହ୍ବାନ କରାଯାଇଛି। କଂପାନିର ପ୍ରତିଷ୍ଠା ଦିବସକୁ ୨୦୨୦ ଜାନୁଆରିରେ ପାଳନ କରାଯିବ। ଦିବ୍ୟାଙ୍ଗ/ ଶିଶୁମାନଙ୍କ ହିତସାଧନ ଓ ଥଇଥାନ ନିମେନ୍ତ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କ ପାଇଁ ନାଲ୍‌କୋ ସ୍ମାଇଲ୍ସ ପୁରସ୍କାର, ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ନିମେନ୍ତ କାର୍ଯ୍ୟ କରୁଥିବା ସଂସ୍କୃତ ବିଶାରଦଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନାଲ୍‌କୋ କାଳିଦାସ ପୁରସ୍କାର, ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଗୁରୁଙ୍କ ପାଇଁ ନାଲ୍‌କୋ ଖାରବେଳ ପୁରସ୍କାର ନିମେନ୍ତ ଆବେଦନ ଆହ୍ବାନ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧।

ସମ୍ବନ୍ଧିତ ଖବର