ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନବରତ୍ନ କମ୍ପାନୀ ନାଲକୋରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ମୁଖ୍ୟ କାର୍ଯ୍ୟାଳୟଠାରେ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ କମ୍ପାନୀର ସୋସିଆଲ ମିଡିଆରେ ସିଧା ପ୍ରସାରଣ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ନିଜ ଅଭିଭାଷଣରେ କହିଛନ୍ତି ଯେ “ଯେତେବେଳେ ସମଗ୍ର ବିଶ୍ୱ ଲକଡାଉନ୍ ଏବଂ ସଟଡାଉନ୍ ଦେଇ ଗତି କରୁଥିଲା, ନାଲକୋ କର୍ମଚାରୀମାନେ ନିରନ୍ତର ଉତ୍ପାଦନ ଏବଂ ଉତ୍ପାଦକତାର ଅଭିବୃଦ୍ଧି ଘଟାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଥିଲେ ଏବଂ ଏହାର ପ୍ରତିସ୍ୱରୂପ ଆଜି ସମସ୍ତଙ୍କ ସାମ୍ନାରେ । ପ୍ରଥମ ତ୍ରୈମାସରେ ସ୍ୱଳ୍ପ ଲାଭରୁ ଆରମ୍ଭ କରି, ଆମେ ଏହି ଆର୍ଥିକ ବର୍ଷର ଶେଷ ସୁଦ୍ଧା ଆଶାଜନକ ଲାଭ ହାସଲ କରିବା ପାଇଁ ନୂତନ ଶକ୍ତି ଓ ଉତ୍ସାହ ସହିତ ଅଗ୍ରସର ହେବାକୁ ପ୍ରସ୍ତୁତ । ସଠିକ୍ ରଣନୀତିକ ପଦକ୍ଷେପ, କଞ୍ଚାମାଲର ଉପଯୁକ୍ତ ଯୋଜନା, ଆବଶ୍ୟକ ବ୍ୟବସାୟିକ ଦିଶା ନିର୍ଦ୍ଧାରଣ ଏବଂ ସାମୂହିକ କର୍ମନିଷ୍ଠା ଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ସଫଳତାର ସହ ପ୍ରତିହତ କରି ଆଗେଇ ଯିବା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବୃହତ ସଂପ୍ରସାରଣ ଏବଂ ବିବିଧକରଣର ଯୋଜନା କରାଯାଇଅଛି ଏବଂ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି, ଯାହା ନାଲକୋକୁ ବିଶ୍ୱ ସ୍ତରରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ସହାୟକ ହେବ ଏବଂ ସରକାରଙ୍କ “ଆତ୍ମନିର୍ଭର ଭାରତ” ପଦକ୍ଷେପରେ ଉଲ୍ଲେଖନୀୟ ଯୋଗଦାନ ଦେବ ।
ନାଲ୍କୋ ଉଲ୍ଲେଖନୀୟ ଲାଭ ପାଇଁ ଆଶାବାଦୀ
/sambad/media/post_attachments/wp-content/uploads/2021/01/fh46sf4h56fs4h56fshhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)