ଭୁବନେଶ୍ୱର: ନାଲ୍କୋ ପକ୍ଷରୁ ବରିଷ୍ଠ ନାଗରିକ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ନାଲ୍କୋ ଏହାର ବୟୋଜ୍ୟୋଷ୍ଠମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନ ପ୍ରଦର୍ଶନ କରୁଛି। କଂପାନି ପକ୍ଷରୁ ’ହମେଶା ନାଲ୍କୋନିଆନ୍’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ, ପୂର୍ବତନ ନାଲ୍କୋ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ‘ହମେଶା ନାଲ୍କୋନିଆନ୍’ ନାମକ ଏକ ମୋବାଇଲ୍ ଆପ୍ ଏବଂ େଓ୍ଵବ୍ପେଜ୍ର ଶୁଭାରମ୍ଭ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଦେଶବ୍ୟାପୀ ପାଳିତ ହେଉଥିବା ବରିଷ୍ଠ ନାଗରିକ ସପ୍ତାହ ଉପଲକ୍ଷେ ନାଲ୍କୋ ପକ୍ଷରୁ ଏହାର କାର୍ଯ୍ୟାଳୟ ଏବଂ ପ୍ରକଳ୍ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକଙ୍କ ସମେତ ପୂର୍ବତନ ନାଲ୍କୋ ସଦସ୍ୟମାନେ ବହୁଳ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯୋଗ ଏବଂ ଜୀବନଚର୍ଯ୍ୟା ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ ଅୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।
ନାଲ୍କୋର ବରିଷ୍ଠ ନାଗରିକ ସପ୍ତାହ ପାଳନ
/sambad/media/post_attachments/wp-content/uploads/2017/10/nalco-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)