ନାଲ୍‌କୋର ଲିନ୍ ସ୍ଲରି ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ବର: ଅନୁଗୁଳରେ ନାଲ୍‌କୋର ଲିନ୍ ସ୍ଲରି ପ୍ରକଳ୍ପକୁ କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ ଆଜି ଉଦ୍‌ଘାଟନ କରିଛନ୍ତି। ନାଲ୍‌କୋର ବ୍ୟାବସାୟିକ ତଥା ପରିବେଶ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା କଂପାନିର ନିଜସ୍ବ ବିଦ୍ୟୁତ ପ୍ରକଳ୍ପ ପାଉଁଶର ୧୦୦% ବିନିଯୋଗ ହୋଇପାରିବ। ଆଜି ଶ୍ରୀ ଟଣ୍ଡନ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନି‌ର୍ଦେଶକ ଶ୍ରୀଧର ପାତ୍ରଙ୍କ ସହିତ ଅନୁଗୁଳ ସ୍ଥିତ ନାଲ୍‌କୋର ସ୍ମେଲଟର୍‌ ଓ ନିଜସ୍ବ ବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଆହ୍ବାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ବେ ଉତ୍ପାଦନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ ଶ୍ରୀ ଟଣ୍ଡନ ନାଲ୍‌କୋକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ନାଲ୍‌କୋର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ଓ ଉତ୍ପାଦକତା ଓ ଉତ୍ପାଦନ ବଜାୟ ରଖିବାକୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର