୨୦୨୧-୨୨ରେ ନାଲକୋର ୨୯୫୨ କୋଟିର ନେଟ୍ ଲାଭ

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଭୁବନେଶ୍ୱରଠାରେ ଏହାର ୪୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆୟୋଜିତ ହୋଇଯାଇଛି  । ଏହି ଅବସରରେ ଅଂଶୀଦାରମାନେ ୧୪,୧୮୧ କୋଟି ଟଙ୍କାର ବିକ୍ରୟ କାରବାର ଏବଂ ଟିକସ ପରବର୍ତ୍ତୀ ସର୍ବୋଚ୍ଚ ୨,୯୫୨ କୋଟି ଟଙ୍କାର ଲାଭ ଉଲ୍ଲିଖିତ ବାର୍ଷିକ ହିସାବଖାତାକୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇକ୍ୱିଟି ଶେୟାର ପିଛା ୧.୫୦ ଟଙ୍କା ହିସାବରେ ଚୂଡ଼ାନ୍ତ ଲାଭାଂଶ ୩୦% ମଧ୍ୟ ପରିଷଦ ଅନୁମୋଦନ କରିଥିଲା । ଘୋଷିତ ଓ ପୈଠ ହୋଇଥିବା ଅନ୍ତରୀଣ ଲାଭାଂଶ ଏବଂ ଆଜି ଅନୁମୋଦିତ ଚୂଡ଼ାନ୍ତ ଲାଭାଂଶ ସହ ମୋଟ୍ ଇକ୍ୱିଟି ଶେୟାର କ୍ୟାପିଟାଲର ୧୩୦% ଯାହା ଅଦ୍ୟାବଧି ସର୍ବାଧିକ । ୨୦୨୧-୨୨ ଆର୍ଥିକ ବର୍ଷରେ, ନାଲ୍କୋ ପ୍ରଥମ ଥର ପାଇଁ ନିଜର ସ୍ମେଲ୍ଟର ପ୍ଲାଣ୍ଟରେ ୯୬୦ଟି ପଟ୍କୁ କାର୍ଯ୍ୟକ୍ଷମ କରି ୧୦୦% କ୍ଷମତାର ଉପଯୋଗରେ ସର୍ବୋଚ୍ଚ ୪,୬୦,୦୦୦ ଟନ୍ ଆଲୁମିନିୟମ ଉତ୍ପାଦନ କରିଛି । ସେହିପରି ଦାମନଯୋଡ଼ିସ୍ଥିତ ଏହାର ଖଣି ଏବଂ ବିଶୋଧନ ପ୍ରକଳ୍ପରୁ ସର୍ବାଧିକ ୭୫,୧୧,୦୭୫ ଏମ୍ଟି ବକ୍ସାଇଟ୍ ଉତ୍ପାଦନ କରିଛି ଯାହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ ।

ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ଅଂଶଧନଧାରୀମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ନାଲ୍କୋର ବ୍ୟବସାୟିକ ଉକ୍ରର୍ଷର ଯାତ୍ରାରେ ଏକ ଐତିହାସିକ ବର୍ଷ ଥିଲା । ଉତ୍ପାଦନ ଏବଂ ଆର୍ଥିକ ପ୍ରଦର୍ଶନରେ ଉଚ୍ଚ ସ୍ତରୀୟ ମାନଦଣ୍ଡ ସ୍ଥାପନ ସହ କମ୍ପାନୀ ଅପ୍ରତ୍ୟାଶିତ ସଫଳତା ହାସଲ କରି ଅନେକ ପୁରୁଣା ରେକର୍ଡକୁ ଅତିକ୍ରମ କରିଛି ।

ସମ୍ବନ୍ଧିତ ଖବର