ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ ଉଦ୍ୟୋଗଗୁଡ଼ିକରେ ଟୋଟାଲ୍ କ୍ୱାଲିଟି ମ୍ୟାନେଜ୍ମେଣ୍ଟର ସଫଳ କାର୍ଯ୍ୟକାରିତାକୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନାଲ୍କୋ ପକ୍ଷରୁ ‘ନାଲ୍କୋ ଉତ୍କଳ ଗୌରବ ମଧୁସୂଦନ ଦାସ କ୍ୱାଲିଟି ପୁରସ୍କାର’ ଘୋଷଣା କରାଯାଇଛି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ପୁରସ୍କାରଟି ୩ଟି ବର୍ଗରେ ପ୍ରଦାନ କରାଯିବ। କ୍ଷୁଦ୍ର ଉଦ୍ୟୋଗ, ମଧ୍ୟମ ଧରଣର ଉଦ୍ୟୋଗ ଏବଂ ବୃହତ୍ ଉଦ୍ୟୋଗ ବର୍ଗରେ ପ୍ରଦାନ ହେବାକୁ ଥିବା ଏହି ପୁରସ୍କାର ରାଶିର ସମୁଦାୟ ପରିମାଣ ୧ ଲକ୍ଷ ଟଙ୍କା । ବୃହତ୍ ଉଦ୍ୟୋଗ ବର୍ଗର ବିଜେତାଙ୍କୁ ୫୦ ହଜାର ଟଙ୍କା ଓ ଉଭୟ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବର୍ଗରେ ବିଜେତାଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିପାଇଁ, କମ୍ପାନି ପକ୍ଷରୁ ଆବେଦନପତ୍ର ଆହ୍ଵାନ କରାଯାଉଛି। ମାର୍ଚ ୧୫ ସୁଦ୍ଧା ଏଥିପାଇଁ ଆବେଦନ କରାଯାଇପାରିବ। ପ୍ରାର୍ଥୀମାନେ କଂପାନିର େଓ୍ଵବସାଇଟ୍ www.nalcoindia.comରୁ ସବିଶେଷ ବିରରଣୀ ହାସଲ କରିପାରିବେ।
ନାଲ୍କୋ ଉତ୍କଳ ଗୌରବ ମଧୁସୂଦନ ଦାସ କ୍ୱାଲିଟି ପୁରସ୍କାର ପାଇଁ ଆବେଦନପତ୍ର ଆହ୍ଵାନ
/sambad/media/post_attachments/wp-content/uploads/2018/02/thCATG2KFC-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)