ଭୁବନେଶ୍ବର : ନ୍ୟାସନାଲ୍ ଆଲୁମିନିୟମ କଂପାନି ଲିମିଟେଡ୍ (ନାଲକୋ) ଏହାର ଭୁବନେଶ୍ୱରସ୍ଥିତ ଅନୁସନ୍ଧାନ ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରଠାରେ ୨୪ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ କରିଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ ଶିବନ୍ ଭର୍ଚୁଆଲ୍ ମାଧ୍ୟମରେ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ’ ବିଷୟବସ୍ତୁ ଉପରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ। ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦେଶକ (ପିଆଣ୍ଡ୍ଟି) ମନସା ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ନାଲ୍କୋର ସମସ୍ତ ୟୁନିଟ୍ ତଥା ଦେଶରେ ଅବସ୍ଥିତ କମ୍ପାନିର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀମାନେ ଯୋଗ ଦେଇଥିଲେ।
ନାଲ୍କୋର ୨୪ତମ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ
/sambad/media/post_attachments/wp-content/uploads/2022/05/Tech-Day2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)