ନାଲ୍‌କୋ ପକ୍ଷରୁ ରାଜଭାଷା ଉପରେ ପ୍ରତିଯୋଗିତା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗର ନିର୍ଦ୍ଦେଶାନୁସାରେ ଗଠିତ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଉପକ୍ରମ), ଭୁବନେଶ୍ୱର ଦ୍ୱାରା ନାଲକୋର ଅଧ୍ୟକ୍ଷତାରେ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ହିସାବରେ ଭୁବନେଶ୍ୱରଠାରେ ରାଜଭାଷା ହିନ୍ଦୀ ପ୍ରଚାର ଏବଂ ପ୍ରସାର ପାଇଁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ, ଏଫସିଆଇ, ଏଏଆଇ, ନାଲକୋ, ବିଏସଏନଏଲ, ଭାରତ ପର୍ଯ୍ୟଟନ ବିକାଶ ନିଗମ ସହିତ ୧୫ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଏଫସିଆଇ (ଆଞ୍ଚଳିକ କାର୍ଯ୍ୟାଳୟ) ପ୍ରଥମ ପୁରସ୍କାର ପାଇଥିବାବେଳେ ନାଲ୍‌କୋ ଦ୍ବିତୀୟ ଏବଂ ଏଫସିଆଇ (ଡିଭିଜନାଲ କାର୍ଯ୍ୟାଳୟ) ତୃତୀୟ ପୁରସ୍କାର ପାଇଥିଲା। ଏହି କାର୍ଯ୍ୟକ୍ରମରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ର, ମହାପ୍ରବନ୍ଧକ ଅଶୁତୋଷ ରଥ, ରୋଶନ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର