ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ୍ କଂପାନି (ନାଲ୍କୋ) ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୧୦୭.୪୫ କୋଟି ଟଙ୍କାର ନିଟ୍ ଲାଭ କରିଛି। ଏହି ସମୟରେ କଂପାନି ୨୩୭୫ କୋଟି ଟଙ୍କା କାରବାର କରି ପ୍ରଥମ ତ୍ରୟମାସ ତୁଳନାରେ ୭୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ପ୍ରଥମ ତ୍ରୟମାସରେ କମ୍ପାନୀ ୧୩୮୧ କୋଟି ଟଙ୍କାର କାରବାର କରିଥିଲା। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କମ୍ପାନି ୧୨୪ କୋଟି ଟଙ୍କା ନିଟ୍ ଲାଭ କରିଛି। ଗତବର୍ଷ ଏହି ସମୟସୀମା ମଧ୍ୟରେ ଏହି ପରିମାଣ ୭୦ କୋଟି ଟଙ୍କା ଥିଲା। ଆଲୋଚ୍ୟ ତ୍ରୟମାସରେ କଂପାନି ୧୭.୦୪ ଲକ୍ଷ ଟନ୍ ବକ୍ସାଇଟ୍ ଓ ୪.୮୭ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଓ ୧.୦୬ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଥିଲା। ଦ୍ୱିତୀୟ ତ୍ରୟମାସରେ ନାଲ୍କୋ ୫୮,୫୭୪ ମେଟ୍ରିକ ଟନ୍ ଆଲୁମିନିୟମ ବିକ୍ରି କରିଛି ଯାହା ଗତ ବର୍ଷ ଏହି ସମୟରେ ୧୬,୩୦୫ ମେଟ୍ରିକ ଟନ୍ ଥିଲା । ଏହି ତ୍ରୟମାସରେ ମୋଟ ଆଲୁମିନା ବିକ୍ରି ୨୮୫,୭୧୮ ମେଟ୍ରିକ ଟନ୍ ହୋଇଛି। ବର୍ଷର ପ୍ରଥମ ଛଅ ମାସରେ କଂପାନି ୯୩,୭୩୦ ମେଟ୍ରିକ୍ ଟନ୍ ଆଲୁମିନିୟମ୍ ରପ୍ତାନି କରିଛି ଯାହା ଗତବର୍ଷ ସେହି ସମୟରେ ୩୦,୫୬୧ ମେଟ୍ରିକ୍ ଟନ୍ ଥିଲା। କଂପାନିର ଆର୍ଥିକ ଫଳାଫଳ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅପ୍ରତ୍ୟାଶିତ ପରିସ୍ଥିତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଅଛି । ପ୍ରତିକୂଳ ପରିସ୍ଥିତି ତଥା ବଜାର ମାନ୍ଦାବସ୍ଥା ଏବଂ କୋଭିଡ୍ ମହାମାରୀର ପ୍ରଭାବ ସତ୍ତ୍ୱେ ନାଲ୍କୋର ଦଳଗତ ପ୍ରଚେଷ୍ଟା ନିଜର ଉତ୍ପାଦନ ଏବଂ ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରିପାରିଛି। କଂପାନି ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହିତ ନିଜର ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦନ ଉପଲବ୍ଧ କରାଇବା ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
ନାଲ୍କୋର ନିଟ୍ ଲାଭ ୧୦୭ କୋଟି, କାରବାର ୨୩୭୫ କୋଟି
ଦଳଗତ ପ୍ରଚେଷ୍ଟାରୁ ସଫଳତା ମିଳିଛି: ଅଧ୍ୟକ୍ଷ
/sambad/media/post_attachments/wp-content/uploads/2019/07/nalco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)