ଡିମାଣ୍ଡ୍‌ ଡ୍ରାଫ୍ଟରେ ରହିବ କିଣୁଥିବା ବ୍ୟକ୍ତିଙ୍କ ନାମ

ନୂଆଦିଲ୍ଲୀ: ଡିମାଣ୍ଡ୍‌ ଡ୍ରାଫ୍ଟ (ଡିଡି)ରେ କିଣୁଥିବା ବ୍ୟକ୍ତିଙ୍କ ନାମ ରହିବ। ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛନ୍ତି। ପୂର୍ବରୁ ଡିମାଣ୍ଡ୍‌ ଡ୍ରାଫ୍ଟର ମୁଖ୍ୟ ପୃଷ୍ଠାରେ କେବଳ ତାହାକୁ ପାଇବାକୁ ଥିବା ବ୍ୟକ୍ତି କିମ୍ବା ସଂସ୍ଥାର ନାମ ରହୁଥିଲା। ଏବେ ସେହି ପୃଷ୍ଠାରେ ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାମ ଛପାଯିବ। ଡିମାଣ୍ଡ୍‌ ଡ୍ରାଫ୍ଟ ଜରିଆରେ ମନି ଲଣ୍ଡରିଂ ହେବାର ଆଶଙ୍କା ରହିଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ ରହିଛି ଯେ ଡିଡି, ପେ’ ଅର୍ଡର୍‌ ଓ ବ୍ୟାଙ୍କର୍ସ ଚେକ୍‌ ଆଦିରେ ତାହାକୁ କିଣୁଥିବା କିମ୍ବା ଜାରି କରୁଥିବା ବ୍ୟକ୍ତିଙ୍କ ନାମ ରହିବ। ଏହି ନିଷ୍ପତ୍ତିକୁ ୨୦୧୮ ସେପ୍ଟେମ୍ବର ୧୫ ଠାରୁ ଲାଗୁ କରାଯିବ। ଯେଉଁ ବ୍ୟାଙ୍କ ଡିଡି ଆଦି ଜାରି କରୁଛନ୍ତି ସେମାନେ ଏଥିପାଇଁ ନିଜ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଆଣିବେ।

ସମ୍ବନ୍ଧିତ ଖବର