ଇଲେକ୍ଟ୍ରିକ୍ କାର୍ ଭାବେ ଫେରିବ ନାନୋ

ଚେନ୍ନାଇ : ଲକ୍ଷେ ଟଙ୍କିଆ କାର୍ ଭାବେ ବହୁ ଚର୍ଚ୍ଚା ସୃଷ୍ଟି କରିବା ଏବଂ ବଜାରକୁ ଆସିବାରେ ଅହେତୁକ ବିଳମ୍ବ ହେବା ପରେ ଗ୍ରାହକମାନଙ୍କ ଦ୍ବାରା ଆଶାନୁରୂପ ଭାବେ ଆଦୃତ ହୋଇନପାରିବାରୁ ଟାଟା ନାନୋ ବଜାରରୁ ହଟିଯାଇଥିଲା। ଦେଶରେ ଇଲେକ୍ଟ୍ରିକ୍ ଯାନ ବଜାର ଆଗକୁ ବଢ଼ୁଥିବାରୁ ଏକ ଇଲେକ୍ଟ୍ରିକ୍ କାର୍ ଭାବେ ନାନୋକୁ ପୁଣି ଫେରାଇ ଆଣିବା ବିଷୟରେ କଂପାନି ବିଚାର କରୁଥିବା କୁହାଯାଉଛି। ଇଭି ମଡେଲ୍‌ରେ ନାନୋର ସସ୍‌ପେନ୍‌ସନ୍ ଓ ଟାୟାର ଆଦି ପରିବର୍ତ୍ତନ କରାଯିବ।

୨୦୦୮ ଜାନୁଆରିରେ ଟାଟା ନାନୋକୁ ଉନ୍ମୋଚନ କରାଯାଇଥିଲା। ଚାହିଦା କମିଯିବାରୁ ୨୦୧୮ ମେ’ରେ କଂପାନି ତାହାର ଉତ୍ପାଦନ ବନ୍ଦ କରିଥିଲା। ଇଲେକ୍ଟ୍ରିକ୍ ଯାନ କ୍ଷେତ୍ର‌ରେ ଟାଟା ବହୁତ ଭଲ ପ୍ରଦର୍ଶନ କରୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ୧୯,୫୦୦ ଇଭି ବିକ୍ରି କରିଛି। ୨୦୨୩-୨୫ ସୁଦ୍ଧା ଇଭି ବିକ୍ରି ସଂଖ୍ୟାକୁ ଏକ ଲକ୍ଷରେ ପହଞ୍ଚାଇବାକୁ ଏହା ଯୋଜନା ରଖିଛି। ଟାଟାର ନେକ୍ସନ୍, ଟିଗୋର, ଟିଆଗୋ ଆଦି ଗାଡ଼ିର ଇଭି ମଡେଲ୍‌ ରହିଥିବା ବେଳେ ଏକ୍ସପ୍ରେସ୍-ଟି ଇଭି ମଧ୍ୟ ରହିଛି। ଆସନ୍ତା ୫ ବର୍ଷରେ କଂପାନି ୧୦ ନୂଆ ଇଭି ମଡେଲ୍‌ ଆଣିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର