ମୁମ୍ବାଇ : ବ୍ୟବସାୟ କ୍ଷେତ୍ରରେ ଦୁହେଁ ପରସ୍ପରର ପ୍ରତିଦ୍ବନ୍ଦ୍ବୀ। ତାହା କିନ୍ତୁ ସେମାନଙ୍କ ଭିତରେ ପରସ୍ପର ପ୍ରତି ରହିଥିବା ସମ୍ମାନବୋଧକୁ ପ୍ରଭାବିତ କରିପାରିନାହିଁ। ଭାରତୀୟ ବ୍ୟବସାୟ ଜଗତର ଏହି ଦୁଇ ମହାନ ଉଦ୍ୟୋଗୀ ହେଉଛନ୍ତି ଟାଟା ଗ୍ରୁପ୍ର ରତନ ଟାଟା ଓ ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି। ମୁମ୍ବାଇ ଠାେର ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମର ମଞ୍ଚରେ ରତନ ଟାଟାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି ନାରାୟଣମୂର୍ତ୍ତି। ରତନ ଟାଟାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ବରୂପ ନାରାୟଣମୂର୍ତ୍ତି ତାଙ୍କ ପାଦ ସ୍ପର୍ଶ କରିଛନ୍ତି। ଟ୍ବିଟର୍ରେ ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି। ଭାରତୀୟ ସଂସ୍କୃତିର ଏହା ଏକ ବଳିଷ୍ଠ ଉଦାହରଣ ବୋଲି କିଛି ଟୁଇଟର୍ ବ୍ୟବହାରକାରୀ ଲେଖିଛନ୍ତି। ନାରାୟଣମୂର୍ତ୍ତିଙ୍କୁ ସେମାନେ ପ୍ରଶଂସାରେ ପୋତି ପକାଇଛନ୍ତି। ରତନ ଟାଟା ନିଜ ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଏହାର ଏକ ଭିଡିଓ ଅପ୍ଲୋଡ୍ କରିଛନ୍ତି।
ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣମୂର୍ତ୍ତି
/sambad/media/post_attachments/wp-content/uploads/2020/01/tata_murthy_660_290120084144.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)