ଜେଟ ଏୟାରେଓ୍ଵଜର ଅଧ୍ୟକ୍ଷ ପଦଛାଡିଲେ ନରେଶ ଗୋଏଲ, କମ୍ପାନିକୁ ନିଜ ନିୟନ୍ତ୍ରଣକୁ ନେଲେ ବ୍ୟାଙ୍କସମୁହ

ମୁମ୍ବାଇ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନରେଶ ଗୋଏଲ ଜେଟ ଏୟାରେଓ୍ଵଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଅନୀତା ଗୋଏଲ ଓ ଏତିହାଦ ଏୟାେଓ୍ଵଜର ଜଣେ ପ୍ରତିନିଧି ମଧ୍ୟ ଜେଟ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଜେଟରେ ଗୋଏଲ ପରିବାରର ଅଂଶଧନ ୫୧ ପ୍ରତିଶତରୁ ହ୍ରାସ ପାଇ ୨୫.୫ ପ୍ରତିଶତରେ ପହଞ୍ଚିଛି । ଆହୁରିମଧ୍ୟ ଜେଟରେ ଏତିହାଦର ଅଂଶଧନ ମଧ୍ୟ ୨୪ ପ୍ରତିଶତରୁ ହ୍ରାସ ପାଇ ୧୨ ପ୍ରତିଶତରେ ପହଞ୍ଚିଛି ।

ଅନ୍ୟପକ୍ଷରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରିବେ ଓ କମ୍ପାନିରେ ସେମାନଙ୍କ ଅଂଶଧନ ୫୦ ପ୍ରତିଶତରୁ ଅଧିକ ରହିବ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ ୧୫ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏହା କର୍ମଚାରୀଙ୍କ ବକେୟା ଦରମା ଓ ଅନ୍ୟ ଖର୍ଚ୍ଚ ଭରଣା ପାଇଁ ବ୍ୟୟ ହେବ । ସୂଚନାଯୋଗ୍ୟ ଯେ ଜେଟ ଏୟାରେଓ୍ଵଜର କର୍ମଚାରୀମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି ।

ସମ୍ବନ୍ଧିତ ଖବର