ନରେଶ ଭୁବନେଶ୍ବରର ନୂଆ ସିଜିଏସ୍‌ଟି ମୁଖ୍ୟ ଆୟୁକ୍ତ

ଭୁବନେଶ୍ବର: କେନ୍ଦ୍ରୀୟ ସାମଗ୍ରୀ ଓ ସେବା ଟିକସ (ସିଜିଏସ୍‌ଟି) ଓ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ (ଭୁବନେଶ୍ବର ମଣ୍ଡଳ)ର ମୁଖ୍ୟ ଆୟୁକ୍ତ ଭାବେ ନରେଶ ପେନୁମାକା ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୭ ବ୍ୟାଚ୍‌ର ଏହି ଭାରତୀୟ ରାଜସ୍ବ ସେବା ଅଧିକାରୀ ଏହା ପୂର୍ବରୁ ହାଇଦ୍ରାବାଦ ‌ଜୋନ୍‌ର ପ୍ରଧାନ ଆୟୁକ୍ତ ପଦରେ କାମ କରୁଥିଲେ। ମାଡ୍ରାସ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିଥିବା ଶ୍ରୀ ପେନୁମାକାଙ୍କର ଟିକସ କ୍ଷେତ୍ରରେ ତିନି ଦଶନ୍ଧୀରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ପେନୁମାନା ଭୂବନେଶ୍ବର ଜୋନ୍‌ରେ ଟିକସ ଫାଙ୍କିକୁ ରୋକିବା ସହିତ ବ୍ୟବସାୟୀମାନେ କିଭଳି ଜିଏସ୍‌ଟିର ଲାଭ ପାଇପାରିବେ ତାହାକୁ ପ୍ରାଥମିକତା ପ୍ରଦାନ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ୨୦୧୮ ଶେଷ ସୁଦ୍ଧା ୪୮୧୨ କୋଟି ଟଙ୍କାର ଜିଏସଟି, ୩୯୦୧ କୋଟି ଟଙ୍କାର ସୀମା ଶୁଳ୍କ ଏବଂ୧୨,୮୦୭ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର