ଶକ୍ତିକାନ୍ତଙ୍କ ପାଇଁ ଦେଶ ଗର୍ବିତ: ମୋଦୀ

ନୂଆଦିଲ୍ଲୀ : ଗଭର୍ଣ୍ଣର ଅଫ୍‌ ଦି ଇଅର ପୁରସ୍କାର ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ମିଳିବା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି କହିବା ସହ ସେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୋନା ମହାମାରୀ ଓ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ଦରଦାମ୍‌ ସ୍ଥିତିର ସଫଳ ମୁକାବିଲା କରିଥିବାରୁ ସେଣ୍ଟ୍ରାଲ୍ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୫ରେ ରଘୁରାମ ରାଜନଙ୍କୁ ଏହି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର