ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ: ୧୫ ହଜାର କୋଟିର ପଶୁପାଳନ ପାଣ୍ଠି

ନୂଆଦିଲ୍ଲୀ: ପଶୁ ସମ୍ପଦକୁ ରୋଗମୁକ୍ତ ରଖିବା ଲାଗି ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ପଶୁ ସମ୍ପଦର ମୁହଁ ଏବଂ ପାଦରେ ହେଉଥିବା ରୋଗ ଏବଂ ବ୍ରୋସେଲୋସିସ୍‌କୁ ନିୟନ୍ତ୍ରଣ କରିବା ଲାଗି ୧୩,୩୪୩ କୋଟି ଟଙ୍କାର ବ୍ୟୟ ଅଟ୍ଟକଳକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗାଈଗୋରୁ, ମଇଁଷି, ମେଣ୍ଢା, ଛେଳି ଏବଂ ଘୁଷୁରିମାନଙ୍କୁ ୧୦୦% ଟିକା ଦେବା ଲାଗି ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥା କରାଯାଇଛି। ଦେଶର ପ୍ରାୟ ୫୩ କୋଟି ପଶୁମାନଙ୍କ ମୁହଁ ଓ ପାଦରେ ହେଉଥିବା ରୋଗ ଏବଂ ବ୍ରୋସେଲୋସିସ୍‌ ପାଇଁ ଟିକା ଦିଆଯିବ। ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୧.୫ କୋଟି ଗାଈ ଏବଂ ମଇଁଷିଙ୍କୁ ଟ୍ୟାଗ୍‌ କରି ସେମାନଙ୍କୁ ଟିକା ଦିଆଯାଇଛି।

ନୂଆଦିଲ୍ଲୀ: ଦୁଗ୍ଧଚାଷ ଓ ପଶୁସମ୍ପଦର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେତେକ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଅଧିକ ଦୁଗ୍ଧ ଉତ୍ପାଦନ କରିବାର ସୁଯୋଗ ଥିବା ବେଳେ ଦୁଗ୍ଧ ପ୍ରକ୍ରିୟାକରଣରେ ଘରୋଇ ପୁଞ୍ଜିନିବେଶ ବଢ଼ାଇବାର ମଧ୍ୟ ସୁଯୋଗ ରହିଛି। ଦୁଗ୍ଧ ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ କରିବା ଏବଂ ପଶୁ ଆହାର ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ନିବେଶ ବଢ଼ାଇବା ନିମନ୍ତେ ସହାୟତା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୫ ହଜାର କୋଟି ଟଭ୍କାର ଏକ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କରିଛନ୍ତି। ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ କରି ତାହାକୁ ରପ୍ତାନି କରିବା ପାଇଁ କାରଖାନା ସ୍ଥାପନ କରିବାକୁ ଯେଉଁ ସଂସ୍ଥା ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସରକାର ପ୍ରୋତ୍ସାହନ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର