ଭୁବନେଶ୍ୱର: କଟକ ଶାଖା ଦ୍ୱାରା ପରିଚାଳିତ ଦୁଇଦିନିଆ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ସମ୍ମିଳନୀ ‘ନବପ୍ରବର୍ତନ’ ପାଲହାଇଟ୍ ମନ୍ତ୍ରାରେ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍ସିଏଲ୍ର ବିତ୍ତ ପରିଚାଳକ ଅଜିତ କୁମାର ବେହୁରା ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରିଷଦର ମୁଖ୍ୟାଧୀଶ ସିଏ ଚରଣ ଯୋତସିଂହ ନନ୍ଦ, ସମ୍ମିଳନୀ ସଭାପତି ମଙ୍ଗେଶ ପଣ୍ଡ୍ରୁରାଙ୍ଗ କିନାରେ, କାର୍ଯ୍ୟକ୍ରମ ପରିଚାଳକ ସଞ୍ଜୀବ ସାଙ୍ଘି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପୂର୍ବାଞ୍ଚଳ ପରିଷଦର ସଭାପତି ବିଷ୍ଣୁ କୁମାର ତୁଳସ୍ୟାନ୍, ପରିଚାଳନା କମିଟି ସଭାପତି ପବନ କୁମାର ଉଦୟପୂରିଆ, କଟକ ଶାଖା ସଭାପତି ବିଜନ ସାହୁ ଓ ସମ୍ପାଦକ ମିର୍ଜା ମୁସ୍ତାକ ବେଗ୍, ଲୋକସମ୍ପର୍କ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ଷ୍ଟାର୍ଟଅପ୍, ଅଡିଟ୍, ପରୋକ୍ଷକର, ପ୍ରତ୍ୟକ୍ଷକର, କର୍ପୋରେଟ ଆଇନ୍, କୃତ୍ରିମ ବୋଧଶକ୍ତି ଓ ରେରା ଆଇନ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ଶହ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଯୋଗ ଦେଇଛନ୍ତି।