ବଜେଟ୍ ୨୦୨୩-୨୪ : ଶିଶୁ ଓ କିଶୋରଙ୍କ ପାଇଁ ଗଠନ ହେବ ଡିଜିଟାଲ ଲାଇବ୍ରେରି

ନୂଆଦିଲ୍ଲୀ : ନୂଆ କେନ୍ଦ୍ର ବଜେଟରେ ଶିକ୍ଷା ଓ ଯୁବ ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଶିଶୁ ଓ କିଶୋରମାନଙ୍କ ନିକଟକୁ ଉଚ୍ଚ ଗୁଣମାନର ପୁସ୍ତକ ଉପଲବ୍ଧ କରିବାକୁ କେନ୍ଦ୍ର ସରକାର ଜାତୀୟ ଡିଜିଟାଲ ପାଠାଗାର ଗଠନ କରିବେ । ଏ ସଂପର୍କରେ ଆଜି ନିଜ ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ଜାତୀୟ ଡିଜିଟାଲ ପାଠାଗାରରେ ସବୁ ଭାଷା, ସବୁ ବିଷୟ ଓ ବର୍ଗର ଏବଂ ସବୁ ଡିଭାଇସରେ ଖୋଲିପାରୁଥିବା ଇ-ପୁସ୍ତକ ଉପଲବ୍ଧ ହେବ ।

ପଞ୍ଚାୟତ ଓ ଓ୍ବାର୍ଡ ସ୍ତରରେ ପାଠାଗାର ସ୍ଥାପନ ପାଇଁ ରାଜ୍ୟମାନଙ୍କୁ ପ୍ରେତ୍ସାହିତ କରାଯିବ ଓ ସେଠାରେ ଇ-ପାଠାଗାର ପାଇଁ ସୁବିଧା ରହିବ ।

ଏହାଛଡ଼ା ସାରା ଦେଶରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ । ଆସନ୍ତା ୩ ବର୍ଷରେ ୩୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ଏହାଛଡ଼ା ଦେଶର ଯୁବକମାନଙ୍କୁ କୃଷି ପ୍ରତି ଆକୃଷ୍ଟ କରାଯିବ । ଗ୍ରାମୀଣ ଅଂଚଳରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରେତ୍ସାହିତ କରିବାକୁ ଏକ କୃଷି ଅଭିବୃଦ୍ଧି ପାଣ୍ଠି ଗଠନ କରାଯିବ ବୋଲି ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର