କୋଲକାତା: ସଡ଼କ ସୁରକ୍ଷା ସଚେତନତାର ପ୍ରସାର ପାଇଁ ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ କୋଲକାତାଠାରେ ଏକ ହାଫ୍ ମାରାଥନ୍ ଚଳିତ ମାସ ୭ ତାରିଖରେ ଆୟୋଜନ କରାଯାଇଥିଲା। ତିନିଟି ବର୍ଗରେ ଅନୁଷ୍ଠିତ ହୋଇଥିବା ଏହି ହାଫ୍ ମାରାଥନ୍ରେ ୧୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। କଂପାନିର ସିଏମ୍ଡି କେ ସନଥ କୁମାର ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଲୋକମାନଙ୍କ ପାଇଁ ସଡ଼କ ସୁରକ୍ଷା ବାର୍ତା ବଣ୍ଟନ କରାଯାଇଥିଲା। କୋଲକାତା ପୁଲିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଂପାନିର କର୍ମଚରୀ ଏବଂ ବରିଷ୍ଠ ପରିଚାଳନା ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।