ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସର ସେମିନାର

କୋଲକାତା: ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଶିଳ୍ପ ସଂଘ ଆସୋଚାମ ସହଯୋଗରେ ଏକ ସେମିନାର ଆୟୋଜନ କରାଯାଇଥିଲା। କଂପାନିର ସିଏମ୍‌ଡି କେ ସନତ କୁମାର ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟ ବୀମା ଏବଂ ଲୋକମାନଙ୍କ ସୁସ୍ଥ ଜୀବନଯାପନ ଭିତରେ ତାଳମେଳ ରହିବା ଦରକାର। ସ୍ୱାସ୍ଥ୍ୟ ବୀମା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ସେ କହିଥିଲେ। ଏହି ଅବସରରେ ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସର ମହାପ୍ରବନ୍ଧକ କେ ବି ବିଜୟ ଶ୍ରୀନିବାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯର୍୍ୟକ୍ରମରେ ବିଭିନ୍ନ ସ୍ୱାସ୍ଥ୍ୟ ବୀମା କଂପାନିକୁ ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ ଆସୋଚାମ୍‌ ସେବା ପ୍ରଦାନକାରୀ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର